ପୁରୀ : ନବଦିନ ବ୍ୟାପୀ ଘୋଷ ଯାତ୍ରାରେ ଜନ୍ମବେଦିକୁ ବିଯେ କରିଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଙ୍କ ବାହୁଡା ଯାତ୍ରା ଆସନ୍ତାକାଲି ବୁଧବାର ଦିନ ହେଉଛି । ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ୩ରଥ ଦକ୍ଷିଣ ମୁହାଁ ହେଉଛନ୍ତି । ଆସନ୍ତା କାଲି ସକାଳେ ମହାପ୍ରଭୁଙ୍କ ସମସ୍ତ ପାରମ୍ପରିକ ପୂଜାର୍ଚ୍ଚନା ଓ ନୀତିକାନ୍ତି ପରେ ସକାଳ ୭ଟାରୁ ୧୦ଟା ମଧ୍ୟରେ ରଥକୁ ପହଣ୍ଡି ବିଜେ କରିବେ । ସାଢେ ୧୦ଟାରୁ ସାଢେ ୧୧ମଧ୍ୟରେ ଗଜପତି ମହାରାଜା ଛେରାପହଁରା କରିବେ । ଦିନ ୧୨ଟାରୁ ରଥଟଣା ଆରମ୍ଭ ହେବ ।
ସୁୂପ୍ରିମକୋର୍ଟ ନିର୍ଦେଶ ଏର୍ବ କୋଭିଡ-୧୯ ନିୟମ ଅନୁଯାୟୀ ରଥଯାତ୍ରା ପରି ବାହୁଡାଯାତ୍ରା ମଦ୍ୟ ବିନା ଭକ୍ତରେ ଆରମ୍ଭ ହେବ । କେବଳ କୋଭିଡ ନେଗେଟିଭ ଥିବା ସେବକ ମାନେ ରଥ ଟାଣିବେ । ଶ୍ରୀକ୍ଷେତ୍ରକୁ ଭକ୍ତଶୁନ୍ର କରିବାଲାଗି ସମଗ୍ର ପୁରୀଜିଲ୍ଲାରେ ୩ଦିନିଆ ସଟଡାଉନ ଘୋଷଣା କରାଯାଇଥିଲା ବେଳେ କଫ୍ୟୁ ଜାରୀ କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଅକ୍ଷୁର୍ଣ୍ଣ ରଖିବାଲାଗି ୪୦୦ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ୭୦ପ୍ଲାଟୁନ୍ ବାହୀନିକୁ ମୃତୟନ କରାଯାଇଛି । ଆସନ୍ତା ୨ତାରିଖ ଦିନ ମହାପଭୁଙ୍କ ସୁନାବେଶ, ୩ତାରିଖ ଦିନ ଅଧରପଣା ନୀତି ଏବଂ ୪ତାରିଖ ଦିନ ଶ୍ରୀଜିଉମାନେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠୀତ ହେବ ।