ବିଏମ୍ସି ର ତିନି ଜଣ କର୍ମଚାରୀ କରୋନା ପଜେଟିଭ୍: ବହାଘର ଭୋଜିକୁ ଯାଇ ଆକ୍ରାନ୍ତ ହୋଇଥିବା ସୂଚନା..

ଭୁବନେଶ୍ୱର: ବିଡିଏ ପରେ ବିଏମ୍ସି ଅଫିସରେ ଦୁଇ ଜଣ ବରିଷ୍ଠ ଯନ୍ତ୍ରୀ ଓ ଜଣେ ଡ୍ରାଇଭରକୁ କରୋନା ସଂକ୍ରମଣ ହୋଇଛି । ତେବେ ଏହାକୁ ନେଇ ଇଞ୍ଜିନିୟରିଂ ସେକ୍ସନ ୭ ଦିନ ପାଇଁ ସିଲ୍ କରାଯାଇଥିବା ସୂଚନା ଦେଇଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସୂଚନା ଅନୁଯାଇ ଇଞ୍ଜିନିୟରିଂ ସେକ୍ସନରେ କାମ କରୁଥିବା ଏହି ଦୁଇ ଯନ୍ତ୍ରୀ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଛୁଟି ନେଇ ସମ୍ବଲପୁର ଯାଇଥିଲେ । ସେଠାରେ ଫେରିବା ପରେ ତାଙ୍କର କରୋନା ଲକ୍ଷଣ ଦେଖାଦେଇଥିଲା । ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଅସିଛି । ତାଙ୍କ ସହ ଗାଡି ନେଇ ଯାଇଥିବା ଡ୍ରାଇଭରର ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି ତେବେ ସବୁଠୁ ଚିନ୍ତାର ବିଷୟ ହେଉଛି ଏହି ଦୁଇ ଯନ୍ତ୍ରୀ ସମ୍ବଲପୁରରୁ ଫେରି ବିଏମ୍ସି ଅଫିସ ଆସିଥିଲେ । ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ସାମିଲ ହୋଇଛନ୍ତି । ସେଠାରେ କିଛି କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିଲେ ।ଏହାକୁ ନେଇ ଅଫିସର ଓ କର୍ମଚାରୀ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ସମ୍ପୂର୍ଣ୍ଣ ବିଏମ୍ସି ଅଫିସକୁ ସିଲ୍ କରିବା ପାଇଁ କର୍ମଚାରୀମାନେ ଦାବି କରିଛନ୍ତି ।

Comments (0)
Add Comment