ବିଜେପିରେ ଯୋଗ ଦେଲେ ପୂର୍ବତନ ତୃଣମୂଳ ସାଂସଦ

ନୂଆଦିଲ୍ଲୀ : ଫେବ୍ରୁଆରି ମାସରେ ରାଜ୍ୟସଭାରୁ ଇସ୍ତଫା ଦେଇଥିବା ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ଦିନେଶ ତ୍ରିବେଦୀ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ନୂଆଦିଲ୍ଲୀରେ ଥିବା ଦଳର ମୁଖ୍ୟାଳୟରେ ବିଜେପିର ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଦିନେଶ ତ୍ରିବେଦୀ ବିଜେପିରେ ଯୋଗ ଦେଇଛନ୍ତି ।
ଦିନେଶ ତ୍ରିବେଦୀଙ୍କୁ ଦଳକୁ ସ୍ୱାଗତ କରି ଜେପି ନଡ୍ଡା କହିଲେ, ଦିନେଶ ତ୍ରିବେଦୀଙ୍କୁ ‘ବିଜେପି’କୁ ସ୍ୱାଗତ କରୁଛି । ମୁଁ ସବୁବେଳେ କହୁଥିଲି, ସେ ଅନୁପଯୁକ୍ତ ଦଳରେ ଉପଯୁକ୍ତ ବ୍ୟକ୍ତି, କିନ୍ତୁ ଏବେ ସେ ଉପଯୁକ୍ତ ଦଳରେ ସାମିଲ ହୋଇଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନରେ ଦିନେଶ ତ୍ରିବେଦୀ ସକ୍ରିୟ ଭୂମିକା ଗ୍ରହଣ କରିବେ ।
ବିଜେପିରେ ଯୋଗ ଦେବା ପରେ ଦିନେଶ ତ୍ରିବେଦୀ କହିଲେ, ମୁଁ କଦାପି ବ୍ୟବସାୟରେ ଆଗ୍ରହୀ ନ ଥିଲି । ଆଜି ମୁଁ ଜନତା ପରିବାର’ରେ ଯୋଗ ଦେଇଛି । ଅନ୍ୟ ଦଳରେ (ମୁଁ ସେ ଦଳର ନାଁ ନଧରିବି ନାହିଁ) ସେମାନେ ଜନତାଙ୍କର ନୁହେଁ, ପରିବାର ସେବା କରନ୍ତି । ରାଜ୍ୟର ପରିସ୍ଥିତି ବିଷୟରେ ପଶ୍ଚିମବଙ୍ଗରେ ଅନେକ ଲୋକ ମତ ପଚାରୁଥିଲେ । ଏବର ରାଜ୍ୟ ସରକାରଙ୍କ ରାଜତ୍ୱରେ ବଙ୍ଗରେ ବ୍ୟାପକ ଦୁର୍ନୀତି ଚାଲିଛି । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଥିବା ଦିନେଶ ଫେବ୍ରୁଆରି ୧୨ ଦିନ ସଂସଦରେ ବଜେଟ୍ ସଂକ୍ରାନ୍ତ ବିତର୍କ ସମୟରେ ରାଜ୍ୟସଭାରୁ ଇସ୍ତଫା ଦେଇଥିବା କଥା ଘୋଷଣା କରିଥିଲେ ।

Comments (0)
Add Comment