ବିଜେପି ନେତାଙ୍କୁ ଉଠାଇ ନେଲେ ଆତଙ୍କବାଦୀ

ଶ୍ରୀନଗର- ଜାମ୍ମୁ-କାଶ୍ମୀରରେ ଜଣେ ବିଜେପି ନେତା ଓ ବାପା –ଭାଇଙ୍କୁ ହତ୍ୟାର ସପ୍ତାହକ ମଧ୍ୟରେ ଆଉଜଣେ ବିଜେପି ନେତା ଙ୍କୁ ଅପହରଣ କରିନେଇଛନ୍ତି ଆତଙ୍କବାଦୀ । ସେ ହେଲେ ମେହରାଜ୍ ଉଦ୍-ଦିନ୍ ମାଲ୍ଲା । ବାରାମୂଳା ଜିଲ୍ଲାର ୱାଟରଗାମ୍ ମୁ୍ୟନିସିପାଲ କମିଟି ଉପସଭାପତି ଥିବା ମେହରାଜ ବୁଧବାର ତାଙ୍କ ବନ୍ଧୁଙ୍କୁ ଭେଟିବାକୁ ଚାଲି ଚାଲି ଯାଉଥିବା ବେଳେ ରାଫିଆବାଦର ମାରାଜିଗଣ୍ଡ ଠାରେ ତାଙ୍କୁ ଆତଙ୍କବାଦୀମାନେ ଏକ କାର୍ରେ ଉଠାଇ ନେଇଥିଲେ । ଘଟଣା ରେ ସ୍ଥାନୀୟ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଛି । ତେବେ ନିକଟରେ କିଛି ଦିନ ତଳେ ଆତଙ୍କବାଦୀମାନେ କାଶ୍ମୀରର ବିଭିନ୍ନ ଅଂଚଳରେ ୋଷ୍ଟର ମାରି ବିଜେିରେ ଯୋଗଦେଉଥିବା ଲୋକଙ୍କୁ ସତର୍କ କରାଇଥିଲେ । ଗତ ୮ତାରିଖ ରାତିରେ ବାନ୍ଦିପୋର ଜିଲ୍ଲାରେ ବିଜେି ନେତା ୱାସିମ ବାରି, ତାଙ୍କ ବାପା ଏବଂ ଭାଇଙ୍କୁ ନିଜ ଘର ନିକଟରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ । ଏହାପରେ ବୁଧବାର ଜଣେ ବିଜେପି ନେତାଙ୍କୁ ଅପହରଣ କରାଯାଇଥିବାରୁ ସ୍ଥାନୀୟ ନେତାମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରରେ ଆଙ୍କବାଦୀ ଦମନ ଅଭିଯାନକୁ ଜୋରଦାର କରିଥିବାରୁ ଏଠାରେ ବିଜେପି ଏବଂ ଏହାର ନେତାମାନଙ୍କୁ ଟାର୍ଗେଟ କରାଯାଉଥିବା ସନେ୍ଦହ କରାଯାଉଛି ।

Comments (0)
Add Comment