ବିଜେପି ପ୍ରାର୍ଥଙ୍କ ଗାଡିରେ ‘ଇଭିଏମ୍’: ୪ ନିର୍ବାଚନ କର୍ମଚାରୀ ନିଲମ୍ବିତ

ଗୌହାଟି: ଆସାମରେ ଗତକାଲି ମତଦାନ ପରେ ବିଜେପି ପ୍ରାର୍ଥୀଙ୍କ ଗାଡ଼ିରେ ‘ଇଭିଏମ୍’ ନେଇ ଯାଇଥିବା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଦୁଇଜଣ ସରକାରୀ କର୍ମଚାରୀଙ୍କୁ ଆଜି ନିର୍ବାଚନ କମିସନ୍ ନିଲମ୍ବନ କରିଛି । ଏହାଛଡ଼ା, ଆସାମର ରତବାରି ଆସନର ସମ୍ପୃକ୍ତ ମତଦାନ କେନ୍ଦ୍ରରେ ସାନି ଭୋଟ୍ ଗ୍ରହଣ କରିବା ଲାଗି ନିର୍ବାଚନ କମିସନ୍ ଆଦେଶ ଦେଇଛି । ଗତକାଲି ଏହି ଘଟଣା ଲୋକଲୋଚନକୁ ଆସିବା କ୍ଷଣି ଉକ୍ତ କରିମେଞ୍ଜ ଜିଲ୍ଲାର ଉକ୍ତ ଅଂଚଳରେ ହିଂସାତ୍ମକ ପରିସ୍ଥିତି ଉପୁଜିଥିଲା । ପ୍ରାପ୍ତ ସୂଚନା ଅନୁସାରେ, ଉକ୍ତ ବୋଲେରୋ କାର୍ଟି ପାଖ ପଥରଖଣ୍ଡିରେ ନିର୍ବାଚନ ଲଢ଼ୁଥିବା ବିଜେପି ପ୍ରାର୍ଥୀ କୃଷ୍ଣନ୍ଦୁ ପଲ୍ଙ୍କ ପନôୀ ମଧୁମିତାଙ୍କ ମାଲିକାନାରେ ରହିଛି । ଗତକାଲି ଆସାମରେ ବାରାକ୍ ଉପତ୍ୟକା ଅଂଚଳରେ ନିୟୋଜିତ ଏକ ‘ପୋଲ୍ ପାନେଲ୍ ଟିମ୍’ ଭୋଟ୍ ଗ୍ରହଣ ପରେ ‘ଇଭିଏମ୍’ ଗୁଡିକୁ ଉକ୍ତ ଗାଡିରେ ନେବାରୁ ହିଂସାକାଣ୍ଡ ଘଟିଥିଲା । ଉତ୍ୟକ୍ତଜନତା, ବିଶେଷକରି ବିରୋଧୀ ଦଳଗୁଡିକର ସମର୍ଥକମାନେ ଉକ୍ତ କାରକୁ ବେଢ଼ି ଯିବାରୁ ପୋଲିସ ଶୂନ୍ୟକୁ ଫାଙ୍କା ଗୁଳି ଚଳାଇବା ସହ ଲାଠି ଚଳନା କରିଥିଲା । ଘଟଣା ସଂକ୍ରାନ୍ତରେ ଆସାମର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଜରିଆରେ କରିମଗଞ୍ଜ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଠାରୁ ଭାରତର ନିର୍ବାଚନ କମିସନ୍ ସବିଶେଷ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଠାରୁ ଭାରତର ନିର୍ବାଚନ କମିସନ୍ ସବିଶେଷ ବିବରଣୀ ମାଗିଥିଲା ।

Comments (0)
Add Comment