ବିଜେପି ବିଶ୍ୱାସ କରେ ପ୍ରଥମେ ଦେଶ, ପରେ ଦଳ ଓ ତା ପରେ ବ୍ୟକ୍ତି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଆଜି ଏହାର ୪୧ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳର ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିଥିଲେ । ସେ କହିଛନ୍ତି ଯେ, ବିଜେପି ଆରମ୍ଭରୁ ବିଶ୍ୱାସ କରେ ଯେ ଜଣେ ବ୍ୟକ୍ତି ଅପେକ୍ଷା ଦଳ ବଡ ହୋଇଥାଲ ଏବଂ ଏକ ଦଳ ଅପେକ୍ଷା ଦେଶ ବଡ଼ ହୋଇଥାଏ । କର୍ମୀଙ୍କ ବଳିଦାନ ଏବଂ ସଂକଳ୍ପ ଯୋଗୁଁ ଦଳ ଆଜି ଆଗକୁ ବଢ଼ିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳର ବରିÂ ନେତାଙ୍କ ଅବଦାନ ଉପରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜେପି ପ୍ରତିଷ୍ଠା ଦିବସରେ ଆପଣ ସମସ୍ତଙ୍କୁ ଆନକ ଅନେକ ଅଭିନନ୍ଦନ । ଆଜି ଦଳ ୪୧ ବର୍ଷର ଗୌରବମୟ ଯାତ୍ରାରେ ପାଦ ଥାପିଛି । ସେବା ଏବଂ ନିଷ୍ଠା ସହିତ ଏକ ଦଳ କିପରି କାର୍ଯ୍ୟ କରେ ୪୧ ବର୍ଷ ଧରି ସମୟ ଏହାର ସାକ୍ଷୀ ଅଛି । ଆମ ଦେଶରେ ରାଜନୈତିକ ସ୍ୱାର୍ଥ ପାଇଁ ଦଳ ଭାଙ୍ଗିବାର ଅନେକ ଉଦାହରଣ ଅଛି କିନ୍ତୁ ଦେଶର ସ୍ୱାର୍ଥ ପାଇଁ ଗଣତନ୍ତ୍ର ପାଇଁ ଦଳ ମିଶ୍ରଣର କୌଣସି ଘଟଣା ଦେଖିବାକୁ ମିଳିବ ନାହିଁ । ଭାରତୀୟ ଜନତା ପାର୍ଟି ଏହା କରି ଦେଖାଇଛି । ସୂଚନା ଥାଉ କି ୧୯୮୦ ମସିହାରେ ଭାରତୀୟ ଜନତା ପାର୍ଟି ପ୍ରତିଷ୍ଠା କରାଯାଇଥିଲା । ଏହି ନୂତନ ଦଳ ୧୯୫୧ ମସିହାରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଦ୍ୱାରା ପ୍ରତିÂିତ ଭାରତୀୟ ଜନସଂଘରୁ ଆରମ୍ଭ ହୋଇଥିଲା । ୧୯୭୭ରେ ଜରୁରୀକାଳୀନ ଘୋଷଣା ପରେ ଜନସଂଘ ଅନ୍ୟାନ୍ୟ ଦଳ ସହ ମିଶି ଜନତା ପାର୍ଟି ଆରମ୍ଭ ହୋଇଥିଲା । ୧୯୮୦ରେ ଜନତା ଦଳ ବିଲୋପ ହୋଇ ଭାରତୀୟ ଜନତା ପାର୍ଟିର ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । ମୋଦୀ ଆହୁରି କହିଥିଲେ, ଜରୁରୀ ପରିସ୍ଥିତି ସମୟରେ ବିଜେପିର ଅନେକ ନେତାଙ୍କୁ ଜେଲରେ ବନ୍ଦୀ କରାଯାଇଥିଲା । କରୋନା ସମୟରେ ବିଜେପି କାର୍ଯ୍ୟକର୍ତାମାନେ ସେବା କରିଥିଲେ । କେନ୍ଦ୍ର ଏବଂ ରାଜ୍ୟର ବିଜେପି ସରକାର ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗକୁ ନେଉଛନ୍ତି । ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ଜାମ୍ମୁ-କାଶ୍ମୀରକୁ ସାମ୍ବିଧାନିକ ଅଧିକାର ଦିଆଯାଇଛି । ସେଠାରୁ ଆତଙ୍କବାଦ ଶେଷ କରି ବିକାଶ କରାଯାଉଛି । ବିରୋଧୀମାନଙ୍କୁ ଟାର୍ଗେଟ କରି ମୋଦୀ କହିଥିଲେ, କେରଳ ଏବଂ ପଶ୍ଚିମଙ୍ଗରେ ଆମ କାର୍ଯ୍ୟକର୍ତାମାନଙ୍କ ଉପରେ ଆକ୍ରମଣ କରାଯାଉଛି । ବଂଶବାଦ ଏବଂ ପରିବାରବାଦର କ’ଣ ପରିମାଣ ହୋଇଛି, ତାହାକୁ ନୂଆ ଭାରତ ଦେଖୁଛି । ଆଂଚଳିକ ଦଳଗୁଡିକ ବି ଏକ ପରିବାର ଏବଂ କିଛି ଲୋକଙ୍କ ଦଳ ହୋଇ ରହିଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Comments (0)
Add Comment