ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ ରୁମ୍ ସିଲ୍‌

ବଲାଙ୍ଗିର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତ୍‌ାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଅଧ୍ୟୟନ କରିଥିବା ବଲାଙ୍ଗିର ଲର୍କିପାର୍ଲି ସ୍ଥିତ ଏଲଆଇ ଟ୍ରେନିଂ ସେଣ୍ଟରରେ ପୋଲିସର ତଦନ୍ତ ଅରମ୍ଭ କରିଛି । ଟ୍ରେନିଂ ସେଣ୍ଟରର ନିର୍ଦ୍ଦେଶକଙ୍କ ସମେତ ଜୁନିୟର ଆସିଷ୍ଟାଂଟ ଓ ପିଅନ ସହ ୪ ଜଣଙ୍କୁ ପୁଲିସ ପଚରାଉଚରା କରିଛି । ବିଦ୍ୟାଭାରତୀଙ୍କ ବ୍ୟାଚଲର ପାର୍ଟି ଆୟୋଜନ ନେଇ ପଚରାଉଚରା କରାଯାଉଥିବା ସୂଚନା ମିଳିଛି । ଅନ୍ୟପଟେ ବ୍ୟାଚଲର ପାର୍ଟି ନୁହେଁ, ବିବାହ ଭୋଜି ଥିବା କହିଛନ୍ତି କେନ୍ଦ୍ର ନିର୍ଦ୍ଦେଶକ ।
ତେବେ ବିଦ୍ୟାଭାରତୀ ରହୁଥିବା ହଷ୍ଟେଲର ରୁମ୍ ନମ୍ବର-୧କୁ ପୋଲିସ୍ ସିଲ୍ କରିଛି । ହଷ୍ଟେଲର ରୁମ୍ ନମ୍ବର-୧ରେ ତାଲା ପଡ଼ିଛି । ତାଲା ପଡ଼ିଥିବା ରୁମକୁ ସିଲ୍ କରାଗଲା ବୋଲି ପାରଳାଖେମୁଣ୍ଡି ଥାନା ଆଇଆଇସି ସୂଚନା ଦେଇଛନ୍ତି । ସୌମ୍ୟରଞ୍ଜନଙ୍କ ମା’ ପୁଲିସ୍‌କୁ ଦେଇଥିବା ବୟାନ ଆଧାରରେ ବାହାଘର ପରେ ବୋହୂ ବିଦ୍ୟାଭାରତୀ ବଲାଙ୍ଗିରରେ ଗୋଟିଏ ବ୍ୟାଚଲର ପାର୍ଟି ଦେଇଥିଲେ । ସୌମ୍ୟରଞ୍ଜନଙ୍କୁ ମଧ୍ୟ ସେଠାକୁ ଡାକି ନେଇଥିଲେ । କିନ୍ତୁ ବଲାଙ୍ଗିରରେ ପହଞ୍ଚିବା ପରେ ତାଙ୍କୁ ସେଠାରୁ ଫେରାଇ ଦେଇଥିଲେ ।

Comments (0)
Add Comment