ବାଲେଶ୍ୱର- ବିଦ୍ୟୁତ କାଟକୁ କେନ୍ଦ୍ର କରି ବାଲେଶ୍ୱର ଜିଲ୍ଲା ଫୁଲାଡି ଷ୍ଟ୍ରକଚରରେ କାମ କରୁଥିବା ୬ ବିଦ୍ୟୁତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଗତ ସପ୍ତାହରେ କଛି ସମୟ ଲାଇନ କଟି ବିଦ୍ୟୁତ କର୍ମଚାରୀ ମାନେ ଟ୍ରାନ୍ସଫର ମରାମତି କରୁଥିଲେ । ଏହି ସମୟରେ କିଛି ସ୍ଥାନୀୟ ଲେକେ ଫୋନ କରି ବିଦ୍ୟୁତ କର୍ମଚାରୀଙ୍କୁ ଗାଳି ଗୁଲୁଜ କରିବା ସହିତ ଘଟଣା ସ୍ଥଳକୁ ଆସି ଲୁହାରଡ, ପଥରରେ ମରାଣାନ୍ତକ ଆକ୍ରମଣ କରିଥିଲେ । ଏପରିକି ଜଣେ ଯୁବକ ବନ୍ଧୁକ ଧରିଥିବାର ଦୃଶ୍ୟ କଏଦ ହୋଇଛି । ବିଦ୍ୟୁତ କର୍ମଚାରୀ ସହଦେବଖୁଂଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।