ବିଧାନସଭା ଅଧିବେଶନ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ କରୋନା ଟେଷ୍ଟ


ଭୁବନେଶ୍ୱର- କରୋନା କଟକଣା ଭିତରେ ଆସନ୍ତା ୨୯ ତାରିଖରେ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କଡାକଡି କରାଯାଇଛି । ଏଥିନିମନ୍ତେ ସମସ୍ତ ବିଧାୟକଙ୍କ କରୋନା ଟେଷ୍ଟ ହେବାସହିତ ଯେଉଁ ଗଣମାଧ୍ୟମ କର୍ମଚାରୀ ଯିବେ ସେମାନଙ୍କର ମଧ୍ୟ ଟେଷ୍ଟ କରାଯିବ । ଚଳିତବର୍ଷ କରୋନା ମହାମାରୀ ପାଇଁ କମ ଗଣମାଧ୍ୟମ ପ୍ରତିନିଧିଙ୍କୁ ଛଡାଯିବ ବୋଲି ନିଷ୍ପତି ହୋଇଛି । ବିଦ୍ୟୁତିକ ଗଣମାଧ୍ୟମର ଜଣେ ରିପୋର୍ଟର ଓ ଜଣେ କ୍ୟାମେରାପର୍ସନ ଏବଂ ଜଣେ ଆସିଷ୍ଟାଂଟଙ୍କୁ ମିଶାଇ ୩ ଜଣ ଓ ପ୍ରିଂଟ ମିଡିଆରୁ ଜଣେ ଲେଖାଏଁ ପ୍ରତିନିଧିଙ୍କୁ କଭରେଜ ପାଇଁ ଅନୁମତି ଦିଆଯିବ । ଯେଉଁ କର୍ମଚାରୀ ମାନେ ଆସିବେ ସେମାନଙ୍କ ନାଁ ଜଣାଇବାକୁ କୁହାଯାଇଛି । ସେହି ଅନୁସାରେ ସେମାନଙ୍କ ଟେଷ୍ଟ କରାଯିବ ।

Comments (0)
Add Comment