ବିମାନ ବନ୍ଦରରେ ହେବ କରୋନା ଟେଷ୍ଟିଂ ସେଂଟର

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆଶଙ୍କାରେ ଭୁବନେଶ୍ୱର ବିମାନବନ୍ଦରରେ ଏକ ଟେଷ୍ଟିଂ ସେଂଟର ବିଏମ୍ସିପକ୍ଷରୁ ପ୍ରତିଷ୍ଠା କରାଯିବ । ସେଠାରେ ଯାତ୍ରୀଙ୍କର ସ୍କ୍ରିନିଂ କରାଯିବ, ମାତ୍ର କରୋନା ଟେଷ୍ଟିଂ ବାଧ୍ୟତାମୂଳକ ନୁହେଁ । ସ୍କ୍ରିନିଂ ସମୟରେ ଯଦି କିଛି ଲକ୍ଷଣ ଦେଖାଯାଏ, ତେବେ ସେମାନଙ୍କର ଟେଷ୍ଟିଂ ବାଧ୍ୟତାମୂଳକ କରାଯିବ ।
ଏ ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି କି, ବର୍ତମାନ ସୁଦ୍ଧା ରାଜ୍ୟରେ ପଜିଟିଭ୍ ସଂଖ୍ୟାରେ ବିଶେଷ ବୃଦ୍ଧି ହୋଇନାହିଁ, ପୂର୍ବ ମାସ ଭଳି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେମିତି କିଛି ଅସ୍ଥିରତା ଦେଖାଯାଇନାହିଁ । ଏବେ ସତର୍କତା ପଦକ୍ଷେପ ନିଆଯାଉଛି, ଏନ୍ଫୋର୍ସମେଂଟ କାର୍ଯ୍ୟକ୍ରମକୁ ବୃଦ୍ଧି କରାଯାଉଛି ଏବଂ ଆକ୍ରାନ୍ତମାନଙ୍କର ପୂର୍ବଭଳି କଂଟାକ୍ଟ ଟ୍ରେସିଙ୍ଗ, ଡିଟେଲ କଂଟାକ୍ଟ ଟ୍ରେସିଙ୍ଗ କାଲିଠାରୁ କରାଯାଉଛି । ଟେଷ୍ଟିଂ ସଂଖ୍ୟା ବଢାଇବା ପାଇଁ ଚେଷ୍ଟା ଜାରି ରହିଛି, ଯେଉଁ ଅଂଚଳରୁ ଅଧିକ ପଜିଟିଭ୍ ବାହାରୁଛନ୍ତି ସେ ଅଞ୍ଚଳରେ ଅଧିକ ସଂଖ୍ୟାରେ ଟେଷ୍ଟିଂ କରିବାକୁ ଚେଷ୍ଟା ଚାଲିଛି । ଆମେ ସବୁ ଉପରେ ନଜର ରଖିଛୁ, ପୂର୍ବ ପରି ଆମର ବିଭିନ୍ନ ସେଂଟରରେ ଟେଷ୍ଟିଂ ଜାରି ରହିଛି । ଆମ ପାଖରେ ଯଥେଷ୍ଟ ହସ୍ପିଟାଲ୍ ମଧ୍ୟ ଉପଲବ୍ଧ ଅଛି ।

Comments (0)
Add Comment