ବିଳମ୍ବ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ!

ଭୁବନେଶ୍ୱର: ଆସନ୍ତା ମେ’ ମହିଲାରୁ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ତଥା ୧୮ରୁ ୪୪ ବର୍ଷ ବୟସର ଲୋକଙ୍କୁ ଟିକାକରଣରେ ବିଳମ୍ବ ହୋଇପାରେ ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ଆଶଙ୍କା ପ୍ରକଟ କରିଛନ୍ତି ।
ସେ କହିଛନ୍ତି ଯେ, ମେ’ ମାସରେ କୋଭିସିଲ୍ଡ ଟିକା ଆସିବାର ସମ୍ଭାବନା କ୍ଷୀଣ । ମେ’ ମଧ୍ୟଭାଗ ସୁଦ୍ଧା କୋଭାସ୍କିନ ଆସିପାରେ । କୋଭିସିଲ୍ଡ ଟିକା ପାଇଁ ଆମେ ଚିଠି ଲେଖିଛୁ । ଟିକା ଉପଲବ୍ଧ ହେବା ପରେ ଟିକା ଦିଆଯିବ । ଏଥିସହ ସେ କହିଛନ୍ତି,ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆସନ୍ତାକାଲିଠୁ ପଂଜୀକରଣ ଆରମ୍ଭ ହେବ । କୋୱିନ ପୋର୍ଟାଲରେ ସମସ୍ତେ ପଂଜୀକରଣ କରିପାରିବେ କିନ୍ତୁ ବର୍ତମାନ ସ୍ଲଟ ଅପ୍ ମିଳିବ ନାହିଁ । ଯେବେ ଟିକା ମିଳିବ, ସେହି ଅନୁସାରେ ପୋର୍ଟାଲ ଜରିଆରେ ଆମେ ସ୍ଲଟ ଦେବୁ । ଏବେ ଯେତିକି ଟିକା ଅଛି, ତାହା ୨-୩ ଦିନ ଯିବ । ଏବେ ୧ ଲକ୍ଷ ୨୩ ହଜାର କୋଭିସିଲ୍ଡ ଓ ୩ ଲକ୍ଷ ୬୫ ହଜାର କୋଭାକ୍ସିନ ଅଛି
ସୂଚନାଯୋଗ୍ୟ, ରାଜ୍ୟଧାନୀ ଭୁବନେଶ୍ୱରର ସଂକ୍ରମଣ ଏବ ଲଗାମଛଡା ହୋଇଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ବିଏମ୍ସି ପ୍ରସ୍ତୁତ କରିଛି ମାଇକ୍ରୋ ମ୍ୟାନେଜମେଂଟ ପ୍ଲାନ । ଏଥିନିମନ୍ତେ ମିଶନ ମୋଡ଼ରେ ୧୦ ଲକ୍ଷ ୩୪ ହଜାର କୋଭାକ୍ସିନ ଟିକା ରାଜ୍ୟବାସୀଙ୍କୁ ଦିଆଯିବା ନିମନ୍ତେ ଲକ୍ଷ ଧାର୍ଯ୍ୟ ହୋଇଛି । ଏହି ବେଗରେ ଗଲେ ଭୁବନେଶ୍ୱରେ ମାସକରେ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ହେଲେ ଟିକା ଆସିବା ନେଇ ଏବେ ଅନିଶ୍ଚିତତା ଦେଖା ଦେଇଥିବା ବେଳେ ଟିକା ପହଂଚିଲେ ଆକ୍ସନ ପ୍ଲାନ କାର୍ଯ୍ୟକାରୀ ହେବ ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶ କହିଛନ୍ତି । କେବଳ ସେତିକି ନୁହେଁ ଏବେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଥିବା ବେଳେ ଟିକା ଅଭାବକୁ ନେଇ ବିଭିନ୍ନ ସ୍ଥାନରେ ଜନଅସନ୍ତୋଷ ତେଜିବାରେ ଲାଗିଛି । ଖୋର୍ଦ୍ଧାରେ ଟିକାକରଣକୁ ନେଇ ପ୍ରବଳ ଭିଡ ହେଉଥିବା ବେଳେ ବହୁ ସମୟ ଧରି ଲୋକେ ଅପେକ୍ଷା କରି ରହି ଟିକା ନେଉଛନ୍ତି । ଦୂର ଦୂରାନ୍ତରୁ ବରିÂ

Comments (0)
Add Comment