ବିଶ୍ୱରେ ୪ ପ୍ରକାରର ଗୁଣସୂତ୍ରଧାରୀ କରୋନା ଭୂତାଣୁ : ‘ହୁ’


ଜେନେଭା: ବିଶ୍ୱରେ ଏବେ ଅନୂ୍ୟନ ୪ ପ୍ରକାରର ଗୁଣସୂତ୍ର ପରିବର୍ତିତ କରୋନା ଭୂତାଣୁ ଘୂରିବୁଲୁଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘ହୁ’ ପକ୍ଷରୁ କୁହାଯାଇଛି ।
ମହାମାରୀ ଆରମ୍ଭ ହେବା ଠାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଇଥିବା କେତେକ ଅସ୍ୱାଭାବିକ ଜନସ୍ୱାସ୍ଥ୍ୟ ରିପୋର୍ଟ ସବୁ ପରିବର୍ତିତ କରୋନା ଭୂତାଣୁ୍ ସଂକ୍ରମଣଜନିତ ହୋଇଥାଇ ପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି । କୁହାଯାଇଛି ଯେ, ୨୦୨୦ ଜାନୁଆରି ଶେଷ ଭାଗ କିମ୍ବା ଫେବ୍ରୁଆରି ପ୍ରଥମ ଭାଗରେ ଡି ୬୧୪ଜି’ ପ୍ରୋଟିନ୍ ସ୍ପାଇକ୍ ଥିବା ସାର୍ସ-କୋଭ୍-୨’ ଭୂତାଣୁ ଦେଖାଦେଇଥିଲା । ଏହାର କିଛି ମାସ ପରେ ଏହି ଭୂତାଣୁର ଗୁଣସୂତ୍ର ପରିବର୍ତିତ ରୂପ ଚିହ୍ନଟ କରାଯାଇଥିଲା । ବିଶ୍ୱରେ ବିସ୍ତାର ଲାଭ କରୁଥିବା କରୋନାଭାଇରସ୍ ଠାରୁ ଏହି ଗୁଣସୂତ୍ର ପରିବର୍ତିତ ଭୂତାଣୁ ୨୦୨୦ ଜୁନ୍ ସୁଦ୍ଧା ଅଧିପତ୍ୟ ବିସ୍ତାର କରିଥିବା କଥା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି । କିନ୍ତୁ, ଏହି ଭୂତାଣୁ ସଂକ୍ରମଣ କୌଣସି ଭୀଷଣ ଅସୁସ୍ଥତାର କାରଣ ହୋଇ ନଥିବା କଥା ଅଧ୍ୟୟନରୁ ଜଣାପଡିଥିଲା ।
ଏହାପରେ ୨୦୨୦ ଅଗଷ୍ଟ ଓ ସେପ୍ଟେମ୍ଭର ମାସରେ କରୋନାଭାଇରତ୍ର ଦ୍ୱିତୀୟ ପ୍ରକାରର ଗୁଣସୂତ୍ର ପରିବର୍ତିତ ରୂପ ରିପୋର୍ଟ ହୋଇଥିଲା । ଏହି ଭୂତାଣୁ ପାଳିତ ‘ମିଙ୍କ’ ମାନଙ୍କ (ଓଧଜାତୀୟ ପ୍ରାଣୀ) ଠାରୁ ମାନବ ଶରୀରକୁ ସଂକ୍ରମିତ ହୋଇଥିବା କୁହାଯାଏ । କରୋନାଭାଇରସ୍ର ଏହି ପରିବର୍ତିତ ରୂପ ‘କ୍ଲଷ୍ଟର ୫’ ଡେନ୍ମାକର୍୍ର ଉତର ଜୁଟ୍ଲାଣ୍ଡରେ ଚିହ୍ନଟ ହୋଇଥିଲା । ଏହା ମଧ୍ୟ ବିଶେଷ ଅସୁସ୍ଥତା କାରଣ ହୋଇ ନଥିଲା । ପୁଣି ୨୦୨୦ ଡିସେମ୍ବର ୧୪ ତାରିଖରେ ଇଂଲଣ୍ଡ କରୋନାଭାଇରସ୍ର ଆଉ ଏକ ପରିବର୍ତିତ ରୂପ ୨୦୨୦୧୨/୦୧’ ଚିହ୍ନଟ କରିଥିଲା । ଏହାର ଉପôତି କେଉଁଠୁ ହେଲା ତାହା ସ୍ପଷ୍ଟ ହୋଇ ନଥିଲେ ବି ଏହା ପ୍ରଥମ କରୋନାଭାଇରସ୍ ଠାରୁ ୭୦% ଅଧିକ ସଂକ୍ରମଶୀଳ ବୋଲି ବୈଜ୍ଞାନିକମାନେ କହୁଛନ୍ତି । ଏହାଛଡା ଦକ୍ଷିଣ ଆଫି୍ରକାରେ ମଧ୍ୟ କରୋନାଭାଇରସ୍ର ଅନ୍ୟ ଏକ ପରିବର୍ତିତ ରୂପ ‘୫୦୧ୱାଇ.ଭି.୨’ ଚିହ୍ନଟ କରାଯାଇଛି ।

Comments (0)
Add Comment