ବିଶ୍ୱ ଖୁସି ରାଷ୍ଟ୍ର ତାଲିକାରେ ଭାରତର ସ୍ଥାନ ୧୩୯

ନୂଆଦିଲ୍ଲି: ଜାତିସଂଘର ‘ୱାର୍ଲଡ୍ ହାପିନେସ୍ (ଖୁସି)ରିପୋର୍ଟ ୨୦୨୧’ ତାଲିକାରେ ବିଶ୍ୱର ୧୪୯ ଦେଶ ମଧ୍ୟରୁ ଭାରତ ୧୩୯ ନମ୍ବରରେ ସ୍ଥାନ ପାଇଛି । ଏହି ତାରିକାର ସର୍ବାଗ୍ରେ ରହିଛି ଫିନ୍ଲାଣ୍ଡ । ଫିଲା ବିଶ୍ୱର ସବୁଠୁ ଖୁସି ରାଷ୍ଟ୍ର ବୋଲି କୁହାଯାଇଛି । ଜାତିସଂଘର ‘ସଷ୍ଟେନେବଲ୍ ଡେଭ୍ଲପ୍ମେଂଟ ସଲୁସନସ୍ ନେଟ୍ୱାର୍କ’ ଦ୍ୱାରା ଜାରି ‘ୱାର୍ଲଡ୍ ହାପିନେସ୍ ରିପୋର୍ଟ ୨୦୨୧’ କୋଭିଡ-୧୯ର ପ୍ରଭାବ ଓ ବିଶ୍ୱବାସୀଙ୍କ ଚଳଣି ଉପରେ ଆଲୋକପାତ କରିଛି । ନାଗରିକମାନଙ୍କ ଆତ୍ମସନ୍ତୋଷକୁ ଆଧାର କରି ବିଶ୍ୱର ୧୪୯ଟି ରାଷ୍ଟ୍ରକୁ କ୍ରମାନୁସାରେ ତାଲିକାଭୁକ୍ତ କରାଯାଇଛି । ଏକ ବିବୃତିରେ ଜାତିସଂଘର ସଷ୍ଟେନେବଲ୍ ଡେଭ୍ଲପ୍ମେଂଟ ସଲୁସନ୍ସ ନେଟ୍ୱାର୍କ କହିଛି ଦୁଇଟି କଥା ଉପରେ ଆମେ ଲକ୍ଷ୍ୟ ରଖିଥିଲୁ । ପ୍ରଥମଟି ହେଲା, ଲୋକମାନଙ୍କର ଜୀବନଧାରାର ଢ଼ାଂଚା ଏବଂ ମାନ ଉପରେ କୋଭିଡ-୧୯ର ପ୍ରଭାବ । ଦ୍ୱିତୀୟଟି ହେଲା, ସମଗ୍ର ବିଶ୍ୱରେ ମହାମାରୀ ମୁକାବିଲା ପାଇଁ ସରକାରମାନେ ଗ୍ରହଣ କରିଥିବା ଉପାୟ ସବୁର ବର୍ଣ୍ଣନ ଓ ମୂଲ୍ୟାୟନ । ବିଶେଷତଃ, କେତେକ ଦେଶ ଅନ୍ୟ ଦେଶମାନଙ୍କ ଠାରୁ ଏତେ ସ୍ୱଚ୍ଛଳ କାହିଁକି ହୋଇପାରିଲେ ତାହା ବୁଝାଇବାକୁ ଆମେ ଚେଷ୍ଟା କରିଛୁ । ଏବର୍ଷ ଏହି ତାଲିକାରେ ଭାରତ ୧୩୯ ନମ୍ବର ସ୍ଥାନରେ ରହିଛି । ୨୦୧୯ରେ ଏଥିରେ ଭାରତର ସ୍ଥାନ ଥିଲା ୧୪୦ରେ । ଏଥିପାଇଁ ଭାରତୀୟ ନାଗରିକମାନଙ୍କ ଠାରୁ ପ୍ରତ୍ୟକ୍ଷ ଭାବେ ଓ ଟେଲିଫୋନ୍ ଜରିଆରେ ତଥ୍ୟ ସଂଗ୍ରହ କରାଯାଇଥିଲା । ବିଶ୍ୱର ଶ୍ରେÂ ସୁଖୀ ଦେଶ ଭାବେ ଏହି ତାଲିକାର ଶୀର୍ଷରେ ରହିଛି ଫିନ୍ଲାଣ୍ଡ । ଫିନ୍ଲାଣ୍ଡ ତଳକୁ ରହିଛନ୍ତି ଆଇସ୍ଲାଣ୍ଡ, ଡେନ୍ମାର୍କ, ସ୍ୱିଜରଲାଣ୍ଡ, ଦି ନେଦରଲାଣ୍ଡସ, ସ୍ୱିଡେନ୍, ଜର୍ମାନି ଓ ନରେୱ । ଏହା ବ୍ୟତିରେକେ, ଏହି ତାଲିକାର ୧୦୫ତମ ସ୍ଥାନରେ ପାକିସ୍ତାନ, ୧୦୧ ତମ ସ୍ଥାନରେ ବାଂଲାଦେଶ ଏବଂ ୮୪ତମ ସ୍ଥାନରେ ରହିଛି ଚୀନ୍ । ଏହି ରିପୋର୍ଟ ଅନୁସାରେ, ଯୁଦ୍ଧ-ବିକ୍ଷତ ଆଫଗାନିସ୍ଥାନବାସୀ ହେଉଛନ୍ତି ବିଶ୍ୱର ସବୁଠୁ ଅସୁଖୀ ମଣିଷ । ଆଫଗାନିସ୍ଥାନ ତଳକୁ ରହିଛନ୍ତି, ଜିମ୍ବୋୱ (୧୪୫) ‘ଗ୍ୟାଲପ୍ ୱାର୍ଲଡ ପୋଲ୍’ ପ୍ରଶ୍ନାବଳୀ ଆଧାରରେ ଏହି ଅଧ୍ୟୟନ କରାଯାଇଥିଲା ।

Comments (0)
Add Comment