ବିଷ୍ଣୁଙ୍କ ଶେଷକୃତ୍ୟ ସ୍ୱର୍ଗଦ୍ୱାରରେ ସଂପନ୍ନ

ଜଗତସିଂହପୁର: ପରଲୋକ ଗତ ବିଜେଡିର ବରିଷ୍ଠ ବିଧାୟକ ବିଷ୍ଣୃଚରଣ ସେଠୀଙ୍କ ଶେଷକୃତ୍ୟ ଆଜି ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି । ସମଗ୍ର ଉପକୁଳବର୍ତୀ ଅଞ୍ଚଳରେ ଦଳିତ, ନିଷ୍ପେସିତ ଜନସାଧାରଣଙ୍କ ନେତା ଭାବରେ ଏବଂ ଜଗତସିଂହପୁର ମାଟି, ପାଣି ପବନ ସହ ଭାଗି ହେଉଥିବା ମନ୍ତ୍ରୀ, ସାଂସଦ, ବିଧାୟକ, ରାଜ୍ୟ ଯୋଜନା ବୋଡର ପୁର୍ବତନ ଉପାଧ୍ୟକ୍ଷ ବିଷ୍ଣୁବାବୁ ଚୀର ଅମର ହୋଇରହିବେ ବୋଲି ଏହି କଥା କହିଛନ୍ତି । ଖାଦ୍ୟ, ଖାଉଟି ଉପୋଭକ୍ତା ମନ୍ତ୍ରୀ ରାଜା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଜଗତସିଂହପୁର ଠାରେ ସାମ୍ବାଦିକଙ୍କୁ ମାକ୍ଷାତକାର ଦେଇ ବକ୍ତବ୍ୟ ରଖିଛନ୍ତି । ଗତକାଲି ସନ୍ଧ୍ୟରେ ଆପୋଲ ହସ୍ପିଟାଲରେ ଚିକିତ୍ସାଧିନ ଥିବା ତିର୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ୬୬ ବର୍ଷ ର୍ବୟସରେ ଦେହାନ୍ତ ହୋଇଯାଇଛି । ସେ ୯.୧୦.୧୯୫୪ ରେ ଭୁମିଷ୍ଠ ହୋଇଥିଲେ ଜଗତସିଂହପୁର ମିପି ଗ୍ରାମରେ । ୧୯୯୭ ମସିହାରେ ସେ ସର୍ବପ୍ରଥମେ ଜଗତସିଂହପୁର ସ୍ଥିିତ ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟରେ ଛାତ୍ର ସହସଦ ସଭାପତି ଭାବେ କାର୍ଯ୍ୟରତ ହୋଇଥିଲେ । ଛାତ୍ର ନେତା ଥାଇ ଜଗତସିଂହପୁର ଠାରେ ଓକିଲାତି କରିଥିଲେ । ୧୯୯୦ ମସିହାରେ ସେ ପ୍ରଥମଥର ଜଗତସିଂହପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୦ ରୁ ୨୦୦୯ ପର୍ଯ୍ୟନନ୍ତ ସେ ଜଗତସିଂହପୁରରୁ ନିର୍ବାଚିତ ହୋଇଥିଲେ । ୨୦୧୪ ମସିହା ନିର୍ବାଚନରେ ହାରିଯାଇଥିଲେ । ଏହା ପୂର୍ବରୁ ୨୦୦୯-୨୦୧୪ ମଧ୍ୟରେ ସେ ୯ମାସ ପାଇଁ ରାଜ୍ୟ ମନ୍ତ୍ରୀ ପରିଷଦରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଥିଲେ । ତେବେ ସେ ୨୦୧୬ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ମାତ୍ର ୮ମାସ ପାର୍ଲାମେଂଟରେ ସଦସ୍ୟ ଥିଲେ । ସେ ପରବର୍ତୀ ଅବସ୍ଥାରେ ୨୦୧୭-୧୮ରେ ରାଜ୍ୟ ଯୋଜନା ବୋର୍ଡର ଉପାଧଧ୍ୟକ୍ଷଭାବେ ନିଯୁକ୍ତି ପାଇଥିଲେ । ଗୁରୁତ୍ୱପୁର୍ଣ୍ଣ ପଦବୀକୁ ସେ ପରବର୍ତୀ ଗତ ୨୦୧୯ ସାଧାରଣ ନିର୍ବାଚନରେ ସେ ତିର୍ତୋଲ ସଂରକ୍ଷିତ ଆସନରୁ ନିର୍ବାଚନ ଲଢି ବିପୁଳ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ଭୁପନେଶ୍ୱରରୁ ଶବ ଶୋଭାଯାତ୍ରା, ରଘୁନାଥପୁର, ତିର୍ତୋଲ, ଜଗତସିଂହପୁର, ନୂଆଗାଁ ଓ ବାଇଶି ମୌଜା ଅଞ୍ଚଳରେ ହଜାର ହଜାର ଶ୍ରଦ୍ଧାଳୁ ତାଙ୍କର ପି୍ରୟ ନେତା ବିଷ୍ଣୁ ଚରଣ ଦାସଙ୍କୁ ଶେଷ ଦର୍ଶନ କରିଥିଲେ । ତାଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାର ଠାରେ ହେବ ବୋଲି ଜଗତସିଂହପୁର ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମୁଦୁଲି ପ୍ରକାଶ କରିଛନ୍ତି । ଜଗିସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଏସି ପ୍ରକାଶ ଆର, ମନ୍ତ୍ରୀ ରାଜା ସ୍ୱାଇଁ, ବିଧାୟକ ସମ୍ବିତ ରାଉତରାୟ, ସାଂସଦ ରାଜଶ୍ରୀ ମଲ୍ଲିକ, ପୂର୍ବତନ ବିଧାୟକ ଜ୍ୟେତିଷ ଚନ୍ଦ୍ର ଦାସ, ଉମେଶ ସସ୍ୱାଇଁ, କାଜୁ ଉନ୍ନୟନ ନିଗମ ଅଡଧ୍ୟକ୍ଷ ଅମରେନ୍ଦ୍ର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରିୟଦର୍ଶିନୀ ବିଶ୍ୱାଳ, ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ, ମନୋଜ ଭୋଇ, ପ୍ରତାପ ଚନ୍ଦ୍ର ସାହୁ, ବିନାୟକ ପଟ୍ଟନାୟକ, ବୀରବର ଦଳାଇ, ରବି ସ୍ୱାଇଁ, ଗୋରାଚାନ୍ଦ କାନୁନଗୋ, କନକ ପ୍ରଗା ଲେଙ୍କା, ମିନତୀ ଦାସ ପ୍ରମୁଖ ବହୁ ବିଶିଷ୍ଠ ବ୍ୟକ୍ତି ଶହ ଶହ ଦଳୀୟ ନେତା ଯୋଗ ଦେଇଥିଲେ ।

Comments (0)
Add Comment