ବିହାରରେ କରୋନା ନେଲା ୪ ଶିଶୁଙ୍କ ଜୀବନ

ବିହାର: ବିହାର ଦରଭଙ୍ଗା ମେଡିକାଲ କଲେଜ୍‌ରେ ୪ ଶିଶୁଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଜଣେ ଶିଶୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା । ମାତ୍ର ଅନ୍ୟ ୩ଜଣ ଶିଶୁଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା । ଉକ୍ତ ୩ ଜଣ ଶିଶୁ ନିମୋନିୟାରେ ଆକ୍ରାନ୍ତ ଥିଲେ ବୋଳି କୁହାଯାଉଛି ।
ଶିଶୁଙ୍କର ମୃତ୍ୟୁ ପରେ ହଇଚଇ ସୃଷ୍ଟି ହୋଇଛି । କୋଭିହ୍ ନିୟମ ଅନୁଯାୟୀ, ଶିଶୁଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି । ମେଡିକାଲ୍ କଲେଜ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପିଲାମାନଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହେବା ସହ ଜଣେ ଶିଶୁ କରୋନା ସଂକ୍ରମିତ ଥିଲା । ଅନ୍ୟ ୩ଜଣଙ୍କ ରିପୋର୍ଟ ନେଗେଟିଭ୍ ହେଲେ ମଧ୍ୟ ନିମୋନିଆ ଭଳି ଲକ୍ଷଣ ଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ରବିବାର ସନ୍ଧ୍ୟାରେ ମେଡିକାଲ୍‌ରେ ପ୍ରଥମେ ଅଢେଇ ବର୍ଷ ଶିଶୁର ମୃତ୍ୟୁ ହେବା ପରେ ଅନ୍ୟ ୩ଜଣଙ୍କର ମୃତ୍ୟୁ ହୋଇଥିଲା ।
ମେଡିକାଲ୍ ରିପୋର୍ଟ ଅନୁଯାୟୀ, ଶିଶୁର ଚିକିତ୍ସା ପ୍ରଥମେ ପଟନାରେ ହୋଇଥିବା ବେଳେ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ଏହି ଦରଭଙ୍ଗା ହସ୍ପିଟାଲରେ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟରି ମୃତ୍ୟୁ ହୋଇଥିଲା ।
ସୂଚନା ଯୋଗ୍ୟ, ସାରା ଦେଶରେ କରୋନାର ୨ୟ ତରଙ୍ଗ ଜାରି ରହିଥିବା ବେଳେ କିଛି ଦିନମଧ୍ୟରେ ଏଥିରେ ହ୍ରାସ ଘଟିଛି । ମାତ୍ର ବିହାରର ଦରଭଙ୍ଗାରେ ଶିଶୁଙ୍କ ମୃତ୍ୟୁ ୩ୟ ତରଙ୍ଗର ଆଶଙ୍କାକୁ ବୃଦ୍ଧି କରିଚି । ବିଶେଷଜ୍ଞ ପୂର୍ବରୁ ଦେଶରେ ୩ୟ ତରଙ୍ଗ ଆସିପାରେ ବୋଲି ଆଶଙ୍କା କରିଛନ୍ତି । ଯେଉଁଥିରେ ସର୍ବାଧିକ ପିଲାମାନେ ସଂକ୍ରମିତ ହେବେେ ବୋଲି ସନ୍ଦେହ କରାହଯାଉଛି । ଶିଶୁ ମୃତ୍ୟୁ ଘଟଣା ଏବେ ଚିନ୍ତାକୁ ବୃଦ୍ଧି କରିଛି ।

Comments (0)
Add Comment