ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା


ନୂଆଦିଲ୍ଲୀ- ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର ସୁନିଲି ଆରୋରା । ୨୪୩ଟି ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ମତଦତାନ ହେବ । ପ୍ରଥମ ଜିଲ୍ଲାର ୭୧ ବିଧାୟକ ଆସନ, ଦ୍ୱିତୀୟରେ ୧୭ଟି ଜିଲ୍ଲାର ୯୪ ଆସନ, ତୃତୀୟରେ ୧୫ଟି ଜିଲ୍ଲାର ୭୮ ଆସନ ପାଇଁ ମତଦାନ ହେବ । ସୁପ୍ରିମକୋର୍ଟଙ୍କ ନିଷ୍ପତ ଅନୁଯାୟୀ ପ୍ରତ୍ୟେକ ପ୍ରାର୍ଥୀ ନିଜର ତଥ୍ୟ ମିଡିଆରେ ଦେବାକୁ ପଡିବ ଏବଂ ଅନଲାଇନରେ ମଧ୍ୟ ଦେବାକୁ ପଡିବ । ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୧ରେ ନାମାଙ୍କନ ତାରିଖ , ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନଭେମ୍ବର ୩ ଓ ତୃତୀୟ ପର୍ଯ୍ୟାୟ ୭ରେ ରହିଛି । ନିର୍ବାଚନ ପାଇଁ ପ୍ରାର୍ଥୀ ମାନେ ଭିଡଓ କନଫରେନସ ଜରିଆରେ ପ୍ରଚାର କରିବେ । ଯେଉଁମାନେ ଭୋଟରଙ୍କୁ ଘରକୁ ଯିବେ ସେମାନଙ୍କ ସଂଖ୍ୟା ୫ରୁ ଅଧିକ ହେବନି । ସକାଳ ୭ରୁ ମତଦାନ ଆରମ୍ଭ ହୋଇ ସଂନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ବଢିବ । କରୋନା ଆକ୍ରାନ୍ତ ମଧ୍ୟ ଭୋଟ ଦେଇପାରିବେ ବୋଲି ନିର୍ବାଚନ କମିଶନର କହିଛନ୍ତି । ଭୋଟ ସମୟରେ ସମସ୍ତେ କୋଭିଡ ନିୟମ ମାନିବା ସହିତ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତା ମୂଳକ କରାଯାଇଛି ।

Comments (0)
Add Comment