ଭୁୁବନେଶ୍ୱର,୧୮.୬ (ନି.ପ୍ର.): ଚୀନ ଭାରତ ସୀମା ଲାଗି ରହି ଥିବା ଉତେଜନା ପରିସ୍ଥିତିରେ ସଂର୍ଘଷ ଘଟିି ୨୦ ଜଣ ଭାରତୀୟ ସୈନିକ ଶହୀଦ ହୋଇଥିବା ବେଳେ ତନ୍ମଧ୍ୟରୁ ୨ଜଣ ଓଡିିଶାର ହୋଇଥିବା ବେଳେ ସେଥିମଧ୍ୟରୁ ଜଣେ ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣାଯାଇଛିା ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ସବଡିଭିଜନର ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅନ୍ତର୍ଗତ ବଡଚମ୍ପାଉଦା ଗ୍ରାମର ନନ୍ଦୁରାମ ସୋରେନ (୪୨)ବର୍ଷ ପିତା ସ୍ୱର୍ଗତଃ କାହ୍ନୁ ମାଝି, ଚୀନ ସୀମାନ୍ତରେ ମଙ୍ଗଳବାର ରାତିରେ ଚୀନ ସୈନ୍ୟଙ୍କ ସହିତ ଘଟିଥିବା ସଂର୍ଘଷରେ ଶହୀଦ ହୋଇଥିବାର ଜଣାଯାଇଛି । ସେ ୧୫- ବିହାର ରେଜିମେଂଟରେ କାର୍ଯ୍ୟରତ ଥିଲେ ବୋଲି ଜଣାଯାଇଛି । ତାଙ୍କର ୩ଝିଅ ଜ୍ଞାନେଶ୍ୱରୀ, ମାନସୀ ଓ ସୋନାଲୀ ବର୍ତମାନ ରାଇରଙ୍ଗପୁର କେରଳା ପବ୍ଲିକ ସ୍କୁଲରେ ନବମ, ଷÂ ଓ ପ୍ରଥମ ଶ୍ରେଣୀରେ ପଢୁଥିବାର ଜଣାଯାଇଛି । ଏବଂ ତାଙ୍କର ସପରିବାର ରାଇରଙ୍ଗପୁର ଇଚିଣ୍ଡା ଠାରେ ଭଡାରେ ରହୁଥିବାର ଜଣାଯାଇଛି । ତେବେ ବୀର ଜବାନ ଶହୀଦ ହୋଇଥିବାର ଖବର ମିଳିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯିବା ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶହୀଦଙ୍କ ପରିବାର ବର୍ଗଙ୍କୁ ଭେଟି ଶାନ୍ତନା ପ୍ରଦାନ କରିଥିବାର ଜଣାଯାଇଛି ।