ବେଆଇନ୍ ପାସପୋର୍ଟର କାରବାର

ଭୁବନେଶ୍ୱର: ବେଆଇନ୍ ପାସପୋର୍ଟ କାରବାର କମିଶନରେଟ୍ ପୁଲିସରେ ଚହଳ ସୃଷ୍ଟି କରିଛି । ଚନ୍ଦ୍ରଶେଖରପୁର ଥାନା ଅଂଚଳର ଜଣେ ଦୁର୍ଦ୍ଧାନ୍ତ ଅପରାଧୀ ପାସପୋର୍ଟ ନେବାକୁ ଯୋଜନା କରିଥିଲା । ଅପରାଧୀ ନାମରେ ଚନ୍ଦ୍ରଶେଖର , ଇନ୍ଫୋସିଟି,ମଂଚେଶ୍ୱର , ଖଣ୍ଡଗିରି , ଖାରବେଳନଗର ଆଦି ଥାନାରେ ରହିଛି ୭ ରୁ ଅଧିକ ମାମଲା । ନିୟମ ଅନୁଶାରେ ପାସପୋର୍ଟ ଆବେଦନ କରୁଥିବା ବ୍ୟକ୍ତିର ଅପରାଧୀକ କାର୍ଯ୍ୟକଳାପ ଥିଲେ ତୁରନ୍ତ ଡିଆଇବିକୁ ଜଣାଇବ । ଚନ୍ଦ୍ରଶେଖରପୁର ଥାନା ପଲିସ୍ ପାସପୋର୍ଟ ଆବେଦନ କରୁଥବା ବ୍ୟକ୍ତି ନାମରେ କିଛି ଅପରାଧୀ ମାମଲା ନାହିଁ ବୋଲି ଡିଆଇବିକୁ ଜଣାଇଥିଲେ । ଅପରାଧୀ ପାସପୋର୍ଟ ହାସଲ କରି ବିଦେଶ ଯାତ୍ରା କରିଥିଲା । ଆରଟିଆଇ ତଥ୍ୟରୁ ଏ ବିଷୟରେ ଜଣା ପଡିବା ପରେ ଆରମ୍ଭ ହୋଇଛି ତନାଘନା ।

Comments (0)
Add Comment