ବେନାମୀ ସମ୍ପତ୍ତି ମାମଲା: ରବର୍ଟ ଭଦ୍ରାଙ୍କ ବୟାନ ରେକର୍ଡ କଲା ଆୟକର ବିଭାଗ

ନୂଆଦିଲ୍ଲୀ : ବେନାମୀ ସମ୍ପତି ମାମଲାରେ ଆୟକର ବିଭାଗ ସୋମବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ବୟାନ ରେକର୍ଡ କରିଛି । ପୂର୍ବଦିଲ୍ଲୀ ର ସୁଖଦେବ ବିହାରରେ ଥିବା ଭଦ୍ରାଙ୍କ କାର୍ଯ୍ୟାଳୟରେ ଆୟକର ଅଧିକାରୀମାନେ ପହଂଚି ତାଙ୍କ ବୟାନ ରେକର୍ଡ କରିଥିବା ସୂଚନା ମିଳିଛି । ଆୟକର ବିଭାଗ ପକ୍ଷରୁ ଭଦ୍ରାଙ୍କ ବୟାନ ରେକର୍ଡ ପାଇଁ ପୂର୍ବରୁ ସମନ୍ ଜାରି କରାଯାଇଥିଲା । କିନ୍ତୁ ସେତେବେଳେ ଭଦ୍ରା କରୋନା ମହାମାରୀ ଯୋଗୁ ବୟାନ ରେକର୍ଡ କରାଇ ନଥିଲେ । ପ୍ରବର୍ତନ ନିଦେ୍ର୍ଧଶାଳୟ (ଇଡି) ବି ଗତବର୍ଷ ଜୁଲାଇରେ ଭଦ୍ରାଙ୍କ ଘନିÂ ତଥା ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ସଞ୍ଜୟ ଭଣ୍ଡାରୀଙ୍କ ବିରୋଧରେ ଆର୍ଥିକ ଅନିୟମିତତା ମାମଲା ରୁଜୁ କରିଯାଇଥିବା ଭଦ୍ରା କହିଥିଲେ । ୨୦୧୫ ସେପ୍ଟେମ୍ବରରେ ବି ଭଦ୍ରାଙ୍କ ନାମରେ ଆର୍ଥିକ ଅନିୟମିତତା ମାମଲା ରୁଜୁ ହୋଇଥିଲା । ତେବେ ଏଥିରେ ଅଭିଯୋଗ କରାଯାଇଥିଲା ଯେ, ଭଦ୍ରାଙ୍କ କମ୍ପାନୀ ସାଏଲାଇଟ ହସ୍ପିଟାଲିଟି ରାଜସ୍ଥାନର ବିକାନେର ଅଂଚଳରେ ଶସ୍ତାରେ ୬୯.୫୫ ହେକ୍ଟର ଜମି କିଣି ତାହାକୁ ବେଆଇନ କାରବାର ଜରିଆରେ ଏଲେଗ୍ନେରୀ ଫିନଲିଜ୍କୁ ୫.୧୫ କୋଟି ଟଙ୍କାର ବିକ୍ରି କରିଥିଲେ ।

Comments (0)
Add Comment