ବୋଲବମ୍ ନିଷିଦ୍ଧ

ଭୁବନେଶ୍ୱର: ରାଜ୍ୟରେ କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ବୋଲବମ୍ (କାଉଡିଆ) ଉପରେ ନିଷିଦ୍ଧ ଦେଶ ଜାରୀ କରିଛନ୍ତି । ଶ୍ରାବଣ ମାସରେ କାଉଡିଆଙ୍କ ଭିଡ ଏଡାଇବା ଲାଗି ଆଜି ଏହି କଟକଣା ଜାରୀ କରିଥିଲା ବେଳେ ଦେବାଳୟ ଗୁଡିକୁ ବନ୍ଦ ରଖିବାପାଇଁ ନିର୍ଦେଶ ଦେଇଛନ୍ତି । ସେହିପରି କୌଣସି ନଦୀ ଓ ପୋଖରୀରୁ ପାଣି ଉଠାଣ ଉପରେ ମଧ୍ୟ ସରକାର ନିଷେଦ୍ଧା ଦେଶ ଜାରୀ କରିଛନ୍ତି ବୋଲି ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା କହିଛନ୍ତି ।
ଶ୍ରୀ ଜେନା କହିଛନ୍ତି ଯେ, ଜୁଲାଇ ୩୧ପର୍ଯ୍ୟନ୍ତ ରାଜ୍ୟ ସରକାର ସମସ୍ତ ଧର୍ମପୀଠ ବନ୍ଦ ରହିବ । ସମସ୍ତ ଧାର୍ମିକ, ସାମାଜିକ ଓ ସାଂସ୍କୃତିକ ସମାବେଶ ଉପରେ ମଧ୍ୟ ରୋକ ଲାଗାଇଛନ୍ତିି । ଆସନ୍ତା ସୋମବାର ଠାରୁ ଶ୍ରାବଣ ଆରମ୍ଭ ହେଉଥିବାରୁ ଜଳଲାଗି ହେଲେ ବିଭିନ୍ନ ମନ୍ଦିରରେ ଜନସମାଗମ ହେବ ଏବଂ ଏହାଦ୍ୱରା ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି । ଏହାକୁ ବିଚାର କରି ରାଜ୍ୟସରକାର ସମଗ୍ର ରାଜ୍ୟରେ ଶୈବପୀଠରେ ଜଳଲାଗି ଓ ବୋଲବମ୍ ପଦଯାତ୍ରା ଉପରେ ନିଷେଧାଦେଶ ଜାରୀ କରାଗଲା ବୋଲି କହିଛନ୍ତିି ।
ସୂଚନା ଯୋଗ୍ୟ ଯେ, ଶ୍ରାବଣ ମାସର ପ୍ରତି ସୋମବାରେ କାଉଡିଆମାନେ ଶୈବପୀଠ ଗୁଡିକରେ ଜଳ ଲାଗି କରିଥାନ୍ତି । ଗତ କିଛି ବର୍ଷ ଧରି ରାଜ୍ୟରେ କାଉଡିଆଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପରିକି ମଧ୍ୟ ରାଜପଥରେ କାଉଡିଆ ମାନଙ୍କର ଲମ୍ବା ଧାଡି ଦୀର୍ଘ ଦିନଧରି ଲାଗି ରହିଥାଏ । ରେ ପହଞ୍ଚିଛି ।

Comments (0)
Add Comment