ଭଙ୍ଗାଯିବ ଏସ୍‌ସିବି ମେଡିକାଲ୍‌ ପବ୍ଲିକ ସ୍କୁଲ

କଟକ : କଟକ ଏସ୍‌ସିବି ମେଡିକାଲ୍‌ ପରିସରରେ ଥିବା ଏସ୍‌ସିବି ମେଡିକାଲ୍‌ ପବ୍ଲିକ ସ୍କୁଲ ଭଙ୍ଗାଯିବ। ଆଉ ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଡିଏଭି ସ୍କୁଲକୁ ସ୍ଥାନାନ୍ତରିତ କରାଯିବ। ଏସ୍‌ସିବି ମେଡିକାଲ ସଂପ୍ରସାରଣ କାର୍ଯ୍ୟ ପାଇଁ ଭାଙ୍ଗିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏହି ଖବର ପ୍ରକାଶ ପାଇବା ପରେ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯେଉଁଥିପାଇଁ ଆଜି ସ୍କୁଲ କ୍ୟାମ୍ପସ ପରିସରରେ ଅଭିଭାବକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏ ଭଳି ନିଷ୍ପତ୍ତି ନେବା ପୂର୍ବରୁ ସ୍କୁଲ କର୍ତ୍ତୃପକ୍ଷ କାହିଁକି ଜଣାଇଲେ ନାହିଁ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ସୂଚନାରୁ ପ୍ରକାଶ, ଏସ୍‌ସିବିକୁ ବିଶ୍ୱସ୍ତରୀୟ ମେଡିକାଲ୍‌ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ମେଡିକାଲକୁ ସମ୍ପ୍ରସାରଣ କରିବା ପାଇଁ ଉଚ୍ଛେଦ କରାଯାଉଛି।

Comments (0)
Add Comment