ଭାରତ କିଣି ସାରିଛି ୬୦ କୋଟି କରୋନା ଟିକା

ନୂଆଦିଲ୍ଲୀ: ସାରା ବିଶ୍ବରେ ପ୍ରସ୍ତୁତ ଚାଲି ଥିବା ଅଧିକାଂଶ କରୋନା ଭାଇରସ ଟିକା ଦୁଇଟି ଡୋଜରେ ବଜାରରେ ଉପଲବ୍ଧ ହେବ। କୋରନା ଠାରୁ ସମ୍ପୂର୍ଣ୍ଣ ମୁକ୍ତ ଓ ଶରୀରରେ ପ୍ରତିରକ୍ଷା ଶକ୍ତି ବଢାଇବାକୁ ହେଲେ ଦୁଇଥର ଟୀକାକରଣ କରିବାକୁ ପଡିବ। ଅଗ୍ରୀମ ବଜାର ପ୍ରତିବଦ୍ଧତାର ଏକ ବିଶ୍ବସ୍ତରୀୟ ବିଶ୍ଳେଷଣରେ ଏହା ପ୍ରକାଶ ପାଇଛି ଯେ, ଏହି ଡୋଜ କିଣିବା କ୍ଷତ୍ରେର କେବଳ ଆମେରିକା ଆଗରେ ଅଛି। ୮୧ କୋଟି ଡୋଜ ପୂର୍ବରୁ ଅର୍ଡର କରିବା ସହ ୧.୬ ବିଲିୟନ ଡ଼ୋଜ ଅଧିକ ପାଇବାକୁ ଚେଷ୍ଟା କରୁଛି। ସୂଚନା ଅନୁଯାୟୀ, ଅନେକ ଉଚ୍ଚ ଏବଂ ମଧ୍ୟମ ଆୟ ଦେଶ ଅକ୍ଟୋବର ୮ ସୁଦ୍ଧା ପ୍ରାୟ ୩.୮ ବିଲିୟନ ଡୋଜ ବୁକ୍ କରିସାରିଛନ୍ତି। ଏହା ବ୍ୟତୀତ ଆଉ ପାଞ୍ଚ ବିଲିୟନ ଡୋଜ ପାଇଁ ପ୍ରସ୍ତୁତି ଚାଲିଛି। ଭାରତରେ ମଧ୍ୟ କରୋନା ଟିକା କ୍ଷତ୍ରରେ ଭାରତ ବଡ ପଦକ୍ଷପେ ନେଇଛି। ୬୦ କୋଟି ଡୋଜ କିଣିବା ପାଇଁ ପ୍ରସ୍ତୁତ ଥିବାବେଳେ ଏକ ବିଲିୟନ ଟିକା ପାଇବାକୁ ଚେଷ୍ଟା ଚଳାଇଛି। ଟିକା ପ୍ରସ୍ତୁତ କ୍ଷେତ୍ରରେ ମଧ୍ୟ ଭାରତ ଆଗରେ ଅଛି ।

Comments (0)
Add Comment