ଗୋଟିଏ ନୁହେଁ ଭାରତରେ ନିର୍ମିତ’ ଦୁଇଟି କରୋନା ଟିକା ଦ୍ୱାରା ମାନବସମ୍ପ୍ରଦାୟକୁ ବଞ୍ଚାଇବାକୁ ଭାରତ ପ୍ରସ୍ତୁତ ଏବଂ ସାରା ବିଶ୍ୱ ଏବେ ଏହାକୁ କେବଳ ଅପେକ୍ଷା କରିଛି । କେବଳ ଏତିକି ନୁହେଁ ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମକୁ ସାରା ବିଶ୍ୱ ନିରିକ୍ଷଣ କରିବା ଅପେକ୍ଷାରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ଆଜି ୧୬ଶ ପ୍ରବାସୀ ଭାରତୀୟ ଦିବସ ସମ୍ମଳନୀକୁ ଭିଡିଓ କନଫରେନ୍ସିଂରେ ଉଦ୍ଘାଟନ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହା ହେଉଛି ଆତ୍ମନିର୍ଭର ଭାରତକୁ ଅବଦାନ’ । କରୋନା ସଂକ୍ରମଣ ଯୁଗରେ ଭାରତ ସମଗ୍ର ବିଶ୍ୱରେ ସର୍ବନିମ୍ନ ମୃତୁ୍ୟ ଓ ସର୍ବାଧିକ ସୁସ୍ଥତା ହାର ଥିବା ଦେଶମାନଙ୍କ ମଧ୍ୟରେ ରହିଛି । ଭାରତ ବିଦେଶରୁ ‘ପିପିଇ କିଟ୍’, ମାସ୍କ, ଭେଂଟିଲେଟର୍ ଏବଂ ଟେଷ୍ଟିଙ୍ଗ କିଟ୍ ଆମଦାନି କରୁଥିଲା, କିନ୍ତୁ ଆଜି ଆମ ଦେଶ ଆତ୍ମନିର୍ଭର ହୋଇପାରିଛି । ଗୋଟିଏ ନୁହେଁ, ଦୁଇଟି ଭାରତରେ ନିର୍ମିତ’ କରୋନା ଟିକାଦ୍ୱାରା ମାନବଜାତିକୁ ରକ୍ଷା କରିବାକୁ ଆଜି ଭାରତ ପ୍ରସ୍ତୁତ । ଗତ କିଛି ମାସ ହେବ ଭାରତୀୟ ବଂଶୋଭବମାନେ ସମଗ୍ର ବିଶ୍ୱକୁ ଅବଦାନ ଦେଇଛନ୍ତି । ଏ କଥାରେ ମଁତୁ ଗର୍ବିତ । କୋଭିଡ-୧୯ ବିରୋଧରେ ଭାରତର ଲଢେଇରେ ମଧ୍ୟ ଆପଣମାନେ ସହଯୋଗ କରିଛନ୍ତି । ଆଜି ଆମେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥାନ ‘ଇଂଟରନେଟ୍’ ଦ୍ୱାରା ଏକତ୍ର ହେଉଛନ୍ତି କିନ୍ତୁ, ଆମର ମନ ସଦାସର୍ବଦା ‘ ମା ଭାରତୀ’ଙ୍କ ସହ ଯୋଡିହୋଇ ରହିଛି । ଭାରତୀୟମାନେ ସବୁ ଚ୍ୟାଲେଞ୍ଜର ମୁକାବିଲା କରି ବିଜୟ ଲାଭ କରିଛନ୍ତି । ଭାରତ ଆତଙ୍କବାଦର ମୁକାବିଲା କରିବାରୁ ଏହି ଚାଲେଞ୍ଜର ମୁକାବିଲା କରିବାକୁ ସମଗ୍ର ବିଶ୍ୱ ମଧ୍ୟ ସାହସ ପାଇଛି । ଦୁର୍ନୀତି ନିବାରଣ ପାଇଁ ଆଜି ଭାରତ ପ୍ରଯୁକ୍ତିବିଦ୍ୟା ଉପଯୋଗ କରୁଛି । ହିତାଧିକାରୀଙ୍କ ଜମାଖାନାରେ ସିଧାସଳଖ କୋଟି କୋଟି ଟଙ୍କା ଜମା ହେଉଛି । ପ୍ରଯୁକ୍ତିବିଦ୍ୟା ଉପଯୋଗ କରି ଭାରତ ଗରିବମାନଙ୍କୁ ସାହାର୍ଯ୍ୟ କରୁଛି । ଗତବର୍ଷ ପ୍ରବାସୀ ଭାରତୀୟମାନେ ଅନ୍ୟ ଦେଶରେ ସେମାନଙ୍କର ପରିଚୟ ସୁଦୃଡ କରିଛନ୍ତି । ଯଦି କେଉଁ ଦେଶରେ ଜୀବନ୍ତ ଗଣତନ୍ତ୍ର ଅଛି, ସେ ଦେଶ ହେଉଛି ଭାରତ । ମହାମାରୀ ସମୟରେ ଦେଶ କିଭଳି ତାହା ବିରୋଧରେ ସଂଗ୍ରାମ କରିଥିଲା, ତାହା ବିଶ୍ୱକୁ ଦର୍ଶାଇଛି । ମହାମାରୀରୁ ଆମ ଦେଶ ଯାହା ଶିକ୍ଷା ଲାଭ କରିଛି ଏବେ ତାହା ଆତ୍ମନିର୍ଭର ଭାରତ ଦୃଷ୍ଟାନ୍ତ ହୋଇପାରିଛି । ୧୬ରୁ ଟିକାକରଣ
ନୂଆଦିଲ୍ଲୀ, ୦୯.୦୧ (ଏଜେନ୍ସି): ମହାମାରୀ କରୋନା ମୁକାବିଲାପାଇଁ ଦେଶରେ ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ଦେଶରେ ୩୦ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବ । ପ୍ରଥମେ ୩କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମୁଖ ଯୋର୍ଦ୍ଧାଙ୍କୁ ଏହି ଟିକା ପ୍ରଦାନ ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା ବେଳେ ପରେ ସାଢେ ୨୭ କୋଟି ୫୦ ବର୍ଷରୁ ଉଦ୍ଧ୍ୱର୍ ବୟସ୍କନାଗରିକ ଏବଂ ବହୁବିଧ ରୋଗରେ ପିଡୀତ ଲୋକମାନଙ୍କୁ ପ୍ରଦାନ କରାଯିବ । ତେବେ ଜୁଲାଇ ସୁଦ୍ଧା ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ସମ୍ପୃର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ସୂଚନାଯୋଗ୍ୟ ଯେ, ନିକଟରେ କେନ୍ଦ୍ର ସରକାର ଭାରତୀୟ ବୈଜ୍ଞାନିକ ଦ୍ୱାରା ନିର୍ମିତ କୋଭାକ୍ସିନ୍ ଓ କୋଭାସିଲ୍ଡ ଟିକାକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଆସନ୍ତା ୨ ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ଅକ୍ସୋଫୋଡ ଦ୍ୱାରା ନିର୍ମିତ କୋଭାସିଲ୍ଡ ଟିକା ପହଞ୍ଚି ଯିବ ବୋଲି ଏହାର ମୁଖ୍ୟ କହିଛନ୍ତି । ପ୍ରକାଶ ଥାଉକି ଟିକାକରଣକୁ ଶୃଙ୍ଖଳିତ ଓ ସୁ ବ୍ୟବସ୍ଥିତ କରିବା ଲାଗି ଦେଶବ୍ୟାପୀ କରୋନା ଟିକାର ଡ୍ରାଏରନ୍ ହୋଇଯାଇଛି । ପ୍ରକାଶ ଥାଉକି ଜାନୁଆରି ମାସରେ ଦେଶରେ ଟିକାକରଣ ଆରମ୍ଭ ହେବ ବୋଲି ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଘୋଷଣା କରିଥିଲେ ।