‘ଭାରତ ବନ୍ଦ’ ଆଂଶିକ ସଫଳ, ଆଜି କୃଷକ ନେତାଙ୍କୁ ଭେଟିବେ ଶାହା

କୃଷକ ସଂଗଠନଗୁଡିକ ଦ୍ୱାରା ଆଜି ଦିଆଯାଇଥିବା ଭାରତ ବନ୍ଦ ଆଂଶିକ ସଫଳ ହୋଇଛି। କେନ୍ଦ୍ର ସରକାର ସଂସଦରେ ଗୃହୀତ କରାଇ ଆଇନରେ ପରିଣତ କରିଥିବା ୩ଟି କୃଷି ଆଇନ ବିରୋଧରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା କୃଷକମାନେ ଭାରତ ବନ୍ଦ କରିଥିଲେ। ଏହା ସମଗ୍ର ଦେଶରେ ମିଶ୍ରିତ ପ୍ରଭାବ ପକାଇଛି। ଏହି ବନ୍ଦକୁ ଦେଶର ସମସ୍ତ ବିରୋଧୀ ଦଳ ସମର୍ଥନ କରିଥିଲେ। ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କୃଷକ ନେତାମାନଙ୍କ ସହ ଆଜି ସନ୍ଧ୍ୟା ସାତଟା ବେଳେ ଆଲୋଚନା କରିବେ। ଏଥିରେ ସରକାର ଏବଂ ଚାଷୀଙ୍କ ମଧ୍ୟରେ ଚାଲିଥିବା ବିରୋଧାଭାସ ବିଷୟରେ ଆଲୋଚନା ହେବ। ଆଜି ଭାରତ ବନ୍ଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିରୋମଣି ଅକାଳୀ ଦଳ ନେତା ପ୍ରକାଶ ସିଂ ବାଦଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

Comments (0)
Add Comment