ଭିଜିଲାନ୍ସ ଜାଲରେ କୋଟିପତି ଡ୍ରାଇଭର

ଧର୍ମଗଡ଼: ପୁଣି ଭିଜିଲାନ୍ସ ଜାଲରେ କୋଟିପତି ଡ୍ରାଇଭର। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ପୂର୍ବତନ ଇନ୍ଦିରାବତୀ ପ୍ରକଳ୍ପ ନିର୍ବାହୀ ଜନ୍ତ୍ରିଙ୍କ ଡ୍ରାଇଭର ରମେଶ ଚନ୍ଦ୍ର ପଣ୍ଡାଙ୍କ ଘରେ ଚଢାଉ। ଆର୍ୟବହିଭୁତ ସମ୍ପତି ଠୁଳ ଅଭିଯୋଗରେ ଧର୍ମଗଡ଼ ସ୍ଥିତ ବାସ ଭବନ ଓ ତାଙ୍କ ଲଜ ବା ଦୀନବନ୍ଧୁ ଭବନରେ ଏକକାଳୀନ ଭାବରେ ଚଢ଼ାଉ ଜାରି ରହିଛି। ମାଲକାନଗିରି ଡିଏସପି ସୁଶାନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ବରେ ଭିଜିଲାନ୍ସର ୪ଟି ଟିମ‌ ଦ୍ବାରା ଚଢାଉ ଜାରି ରହିଛି। ପ୍ରାଥମିକ ସୂଚନା ଅନୁଯାୟୀ, ସୁନା ଗହଣା, ଜମି କାଗଜପତ୍ର, ବିମା କାଗଜପତ୍ର ,ଏଟିଏମ ବର୍ତ୍ତମାନ ସୁଦ୍ଧା ଜବତ କରାଯିବା ସହ ଅଧିକ ଚଢାଉ ଜାରି ରହିଛି। ଏହି ଚଢାଉ ଭିଜିଲାନ୍ସ ବାଭାଗର ମାଲକାନଗିରି ଡିଏସପି ସୁଶାନ୍ତ କୁମାର ବିଶ୍ବାଳ ଓ ନବରଙ୍ଗପୁର ଇନ୍ସପେକ୍ଟର କଲାବତି ବାଗଙ୍କ ନେତୃତ୍ବରେ ଜାରି ରହିଛି।

Comments (0)
Add Comment