କଟକ-ଆଜିଠାରୁ  ରାଜ୍ୟରେ ସ୍ୱାଭାବିକ ହେବ କୋର୍ଟ କାର୍ଯ୍ୟ । ଏନେଇ ହାଇକୋର୍ଟ ପକ୍ଷରୁ  ନିର୍ଦେଶନାମା ଜାରି କରାଯାଇଛି । ତେବେ ସମସ୍ତ କାର୍ଯ୍ୟ ଭିଡିଓ କନଫରେନ୍ସିଂ ଜରିଆରେ କରାଯିବ । ଯେଉଁ ଅଂଚଳରେ  ସଟଡାଉନ କିମ୍ବା ଲକଡାଉନ  ଭଳି କଟକଣା ଲାଗୁ ହୋଇଥିବ, ସେଠାରେ ଅଦାଲତ କାମ ହେବ ନାହିଁ । ଏବଂ ଯେଉଁ ସ୍ଥାନରେ ଇଂଟରନେଟ  ଓ ଅନ୍ୟ କୌଣସି ବୈଷୟିକ ସମସ୍ୟା ଥିବା  ସେଠାରେ କୋଭିଡ କଟକଣା ମାନି କୋର୍ଟରେ  କାର୍ଯ୍ୟ କରିହେବ । ତେବେ ଅତି ଆବଶ୍ୟକ ନଥିଲେ କୌଣସି ସାକ୍ଷୀ କିମ୍ବା ଅଭିଯୁକ୍ତଙ୍କୁ ହାଜର ପାଇଁ ବାଧ୍ୟ ନ କରିବାକୁ  କୋର୍ଟ ନିର୍ଦେଶ ଦେଇଛନ୍ତି ।  ହାଇକୋର୍ଟରେ  ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ କାର୍ଯ୍ୟ ହେବ ।  ସମସ୍ତ କାର୍ଯ୍ୟ ଭର୍ଚୁଆଲ ମୋଡରେ ହେବ । ନୂଆ କେସ ଇମେଲ, ଇଫାଇଲିଂ ମାଧ୍ୟମରେ ଦାଖଲ କରାଯିବ ।