ଭୁବନେଶ୍ୱରରୁ ୩୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ


ଭୁବନେଶ୍ୱର- ଆଜି ଭୁବନେଶ୍ୱରରୁ ୩୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରର ୧୨୦ ଓ ସ୍ଥାନୀୟ ଅଂଚଳରୁ ୨୨୯ ରହିଛନ୍ତି । ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ୮୯୩କୁ ବୃଦ୍ଧି ପାଇଥିବା ବେଳେ ୧୬ ହଜାର ୧୧୯ ଜଣ ଆରୋଗ୍ୟଲାଭ କରିଛନ୍ତି । ଏଯାବତ୍ ୩ ହଜାର ୬୮ଟି ସକ୍ରିୟ ମାମଲା ରହିଛି ଓ ୭୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଆଜି ରାଜଧାନୀରୁ ୩୭୩ ଜଣ ସୁସ୍ଥ ହୋଇଛନ୍ତି ।

Comments (0)
Add Comment