ଭୁବନେଶ୍ୱରରେ କୋଭାକ୍ସିନ, ଅନ୍ୟସ୍ଥାନରେ କୋଭାସିଲ୍ଡ

ଭୁବନେଶ୍ୱର: ମହାମାରୀ କରୋନାର ମୁକାବିଲା ପାଇଁ ଏବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଦୁଇ କରୋନା ଟିକା ରାଜ୍ୟରେ ପହଞ୍ଚିଥିଲା ବେଳେ ଆସନ୍ତା ୧୬ ତାରିଖରୁ ଟିକା କରଣ ଆରମ୍ଭ ହେଉଛି । ତେବେ ସରକାରୀ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେବଳ ରାଜଧାନୀ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯିବାକୁ ଥିବା ବେଳେ ରାଜ୍ୟର ଅନ୍ୟ ଜିଲ୍ଲାରେ କୋଭିସିଲ୍ଡ ଟିକା ଦିଆଯିବ । ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ୯.୦୦୦ ହିତାଧିକାରୀ କୋଭାକ୍ସିନ ଟିକା ନେବା ସହ ଅନ୍ୟ ଜିଲ୍ଲାରେ ୧୮୩୫୫୫ ଜଣ ହିତାଧିକାରୀ କୋଭିସିଲ୍ଡ ଟିକା ନେବେ ।
୧୮୩୫୫୫ ଜଣଙ୍କ ମଧ୍ୟରୁ ଅନୁଗୁଳରୁ ୪୫୯୦ଜଣ କୋଭିସିଲ୍ଡ ଟିକା ନେବା ସହ ବଲାଙ୍ଗୀରରୁ ୭୨୦୦, ବାଲେଶ୍ୱରରୁ ୭୫୬୦, ବରଗଡରୁ ୬୫୨୫, ଭଦ୍ରକରୁ ୪୯୯୫, ବୌଦ୍ଧରୁ ୧୭୫୫, କଟକରୁ ୧୭୧୯୦, ଦେଓଗଡରୁ ୧୪୮୫, ଢେଙ୍କାନାଳରୁ ୪୫୦୦, ଗଜପତିରୁ ୪୦୫୦, ଗଞ୍ଜାମରୁ ୧୫୧୨୦, ଜଗତସିଂହପୁରରୁ ୪୫୯୦, ଯାଜପୁରରୁ ୬୮୮୫, ଝାରସୁଗୁଡାରୁ ୨୮୮୦, କଳାହାଣ୍ଡିରୁ ୬୧୨୦, କନ୍ଧମାଳରୁ ୪୫୯୦, କେନ୍ଦ୍ରାପଡାରୁ ୪୯୯୫, କେନ୍ଦୁଝରରୁ ୭୨୯୦, ଖୋର୍ଦ୍ଧାରୁ ୫୫୩୫, କୋରାପୁୁଟରୁ ୭୪୭୦, ମାଲକାନଗିରିରୁ ୩୨୪୦, ମୟୁରଭଞ୍ଜରୁ ୧୦୭୧୦, ନବରଙ୍ଗପୁରରୁ ୬୩୦୦, ନୟାଗଡରୁ ୩୬୦୦, ନୂଆପଡାରୁ ୩୨୪୦, ପୁରୀରୁ ୬୩୦୦, ରାୟଗଡାରୁ ୪୮୬୦, ସମ୍ବଲପୁରରୁ ୬୭୫୦, ସୁବର୍ଣ୍ଣପୁରରୁ ୩୨୮୫, ସୁନ୍ଦରଗଡରୁ ୯୯୪୫ ଜଣ କୋଭିସିଲ୍ଡ ଟିକା ନେବେ ।

Comments (0)
Add Comment