ଭୁବନେଶ୍ୱରରେ ରେକର୍ଡ : ଗୋଟିଏ ଦିନରେ ୯୦ କରୋନା ପଜିଟିଭ

ଭୁବନେଶ୍ୱର- ଭୁବନେଶ୍ୱରରେ ବୁଧବାର ଆଉ ୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଂଟାଇନ କେନ୍ଦ୍ରରୁ ୬୩ ଓ ସ୍ଥାନୀୟ ଆକ୍ରାନ୍ତ ୨୭ ଜଣ ରହିଛନ୍ତି । ଏଥିସହ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୯କୁ ବୃଦ୍ଧି ହୋଇଛି । ଏନେଇ ବିଏମସି ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।ତେବେ ଚିହ୍ନଟ ହୋଇଥିବା ସ୍ଥାନୀୟ ଆକ୍ରାନ୍ତମାନଙ୍କ ମଧ୍ୟରୁ ବିଜେବି ନଗର ଅଂଚଳରୁ ଏକ ଘରୋଇ ହସ୍ପିଟାଲର ଜଣେ ଡ୍ରାଇଭର ଚିହ୍ନଟ ହୋଇଥିବା ବେଳେ ଜାଗମରା, ଘାଟିକିଆ, ଲକ୍ଷ୍ମୀସାଗର, ଓଲ୍ଡ ଟାଉନ୍ରୁ ଜଣେ ଲେଖାଏ. ଖଣ୍ଡଗିରି , ଭରତୁର, ରସୁଲଗଡ,

ଚନ୍ଦ୍ରଶେଖରପୁରରୁ ଜଣେ ଲେଖାଏ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ବିଡିଏ କଲୋନୀ, ବିଶ୍ୱେଶ୍ୱର ବସ୍ତି, କୋଳଥିଆରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଗଣ୍ଡମୁଣ୍ଡା, ପାତ୍ରଡା,କୋଳଥିଆ ଭରତପୁର ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ପୋଖରୀପୁଟ, ଜିଜିପି କଲୋନୀ,ଜଗନ୍ନାଥ ବିହାରରୁ ୨ ଲେଖାଏଁ ଚିହ୍ନଟ ହୋଇଛନ୍ତି । ତେବେ ଘରୋଇ ହସ୍ପିଟାଲରେ ଜଣେ ୩୦ ବର୍ଷୀୟା ମହିଳା କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସୂଚନା ଅନୁସାରେ , ବର୍ତମାନ ସୁଦ୍ଧା ଭୁବନେଶ୍ୱରରେ ମୋଟ ୪୬୨ ଜଣ ଚିକିତ୍ସାଧୀନ ଥିବା ବେଳେ ୩୮୫ଜଣ ସୁସ୍ଥ ହୋଇଛନ୍ତି ଓ ୧୧ ଜଣଙ୍କର ମୃତ୍ୟୁ ଘଟିଛି ।

Comments (0)
Add Comment