ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ୍ ପ୍ରତିଷ୍ଠା ହେବ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନ୍ଟେ୍ ବୈଠକରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପସ୍ତାବ ସହ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।
କ୍ୟାବିନେଟ ବୈଠକରେ ଗୃହିତ ନିଷ୍ପତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର କହିଛନ୍ତି ଯେ, ଭୁବନେଶ୍ୱରରେବାଗଚୀ-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତଷ୍ଠା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିପାଇର୍ ସୁବ୍ରତ ବାଗଚୀ ଓ ସସ୍ମିତା ବାଗଚୀ ୨୧୦ କୋଟି ଟଙ୍କା ବିନିଯୋଗ କରିବେ । କ୍ୟାନ୍ସର ହସ୍ପିଟାଲ ପାଇଁ ରାଜ୍ୟ ସରକାର ଇନ୍ଫୋସିଟ୍ ୨ ନିକଟରେ ୨୦ ଏକର ଜମି ପ୍ରଦାନ କରିବେ । କ୍ୟାନ୍ସର ହସ୍ପିଟାଲ ୫ଶହ ଶର୍ଯ୍ୟାବିଶିଷ୍ଟ ହେବ । ତେବେ ପ୍ରାଥମିକ ଭାବେ କ୍ୟାନ୍ସର ହସ୍ପିଟାଲରେ ୨୫୦ଟି ଶର୍ଯ୍ୟା ରହିବ । ଆସନ୍ତା ୨୦୨୪ ମସିହା ସୁଦ୍ଧା ହସ୍ପିଟାଲ୍ କାର୍ଯ୍ୟକ୍ଷମ ହେବ । ହସ୍ପିଟାଲରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ୨୫ ପ୍ରତିଶତ ଶର୍ଯ୍ୟା ରଖାଯିବ । ଆହୁରୀ ମଧ୍ୟ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଂଟର ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିପାଇଁ ବାଗଚୀ ଦମ୍ପତୀ ୧୩୦ କୋଟି ଟଙ୍କା ପ୍ରଦାନ କରିବେ । ଇନ୍ଫୋସିଟି ୨ନିକଟରେ ରାଜ୍ୟସରକାର କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଂଟର ପାଇଁ ୨୦ ଏକର ଜମି ଯୋଗାଇ ଦେବେ । ଏହି କରୁଣା ଶ୍ରୟ ପାଲିଏଟିଭ୍ କେୟାର ସେଂଟରରେ ସମ୍ପୁର୍ଣ୍ଣ ମାଗଣାରେ ଚିକିତ୍ସା ଓ ସେବା ସୁବିଧା ପ୍ରଦାନ କରାଯିବ । ଅତ୍ୟନ୍ତ ସହୁଦୟାର ସହ ଜନସାଧାରଣଙ୍କୁ ମାଗଣାରେ ସମସ୍ତ ଚିକିତ୍ସା ସେବା ଦିଆଯିବ । ସୂଚନା ଯୋଗ୍ୟ ଯେ, ଶ୍ରୀ ବାଗଚି ଏବେ ଓଡିଶା ଦକ୍ଷତା ବିକାଶ କମିଶନର ଅଧ୍ୟକ୍ଷ ଅଛନ୍ତି । ତାଙ୍କର ପନôୀ ଶ୍ରୀମତି ଶସ୍ମିତା ବାଗଚୀ ମଧ୍ୟ ଶିକ୍ଷା ବିକାଶ ଆୟୋଗର ଅଧ୍ୟକ୍ଷାଅଛନ୍ତି । ୨ ହସ୍ପିଟାଲ ପାଇଁ ବାଗଚୀ ଦମ୍ପତି ମୋଟ୍ ୩୪୦ କୋଟି ଟଙ୍କା ଦେବେ ।
ଆହୁରି ମଧ୍ୟ କ୍ୟାବିନେଟ୍ ଜିଲ୍ଲା ଜଜ କ୍ୟାଡର ନିଯୁକ୍ତି ପ୍ରକ୍ରିୟାକୁ ସରଳ କରିବା ସହ ନିଯୁକ୍ତି ବର୍ଷରେ ଅଧିକାରୀଙ୍କ ବରିÂତା ପଦ୍ଧତି ସ୍ଥିର କରିବା ପାଇଁ ଓଏସ୍ଜେଏସ ଏବଂ ଓଜେଏସ ନିୟମାବଳୀ ସଂଶୋଧନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଫଳରେ ଏଣିକି ଅଗଷ୍ଟ ୧ପରିବର୍ତେ ଏପିଲ୍ ୧ନିଯୁକ୍ତି ବର୍ଷ ଭାବେ ଗ୍ରହଣ ହେବ ।
ସେହିପରି ଅନୁସୁଚିତ ଜାତି ଏବଂ ଜନଜାତି (ଏସସି/ଏସଟି) ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ନେଇ ଅନ୍ୱେଷା ଯୋଜନାର ଅବଧିକୁ କ୍ୟାବିନେଟ୍ ୫ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ଆଗାମୀ ୫ବର୍ଷ ଯାଏଁ ଏହି ଯୋଜନାକୁ ଚାଲୁ ରଖିବାକୁ ରାଜ୍ୟ କ୍ୟାବିନେଟ୍ରେ ନଷ୍ପତି ହୋଇଛି । ଏଥିପାଇଁ ୫ବର୍ଷରେ ୫୬୯.୯୦ କୋଟି ଟଙ୍କା ବ୍ୟୟ ହେବ । ଅପରପକ୍ଷରେ ଓଡିଶା ମଙ୍ଗଳ ସେବା (ନିଯୁକ୍ତି ଓ ଚାକିରି ସର୍ତାବଳୀ)ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଥିବା ବେଳେ ଲୋକସେବା ଆୟୋଗର ୨୦୧୬-୧୭ ଶତାବଳିକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛି । ଓଡିଶା ଖଣିଜ ଦ୍ରବ୍ୟ ଚୋରୀ ରୋକିବାକୁ ଆଇନ୍ର ସଂଶୋଧନ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।