ଭୟଙ୍କର ରୂପ ନେଇ ମାଡି ଆସୁଛି ‘ୟାସ’

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାରେ ପରିଣତ ହେବା ସହ ଅତିଭୀଷଣ ବାତ୍ୟା ରୂପନେଇ ମାଡି ଆସୁଛି । ପାରାଦୀପ ଠାରୁ ୫କି.ମି ଦୂରରେ ଥିବା ବାତ୍ୟା ‘ୟାସ୍‌’ ଆଜି ସକାଳ ୫.୩ରେ ୟାସ୍ ବାତ୍ୟା ରୂପ ନେଇସାରିଛି । ଗତ ୬ଘଂଟା ମଧ୍ୟରେ ଏହା ସମୁଦ୍ର ମଧ୍ୟରେ ଗତି ନକରି ସ୍ଥିର ରହିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଅଧିକ ଘନିଭୂତ ହୋଇ ଭୀଷଣ ବାତ୍ୟା ରୂପ ନେବ । ସମୁଦ୍ର ମଧ୍ୟରେ ଏହା ଏବେ ଶକ୍ତି ସଂଗ୍ରହ କରି ଭୀଷଣ ରୂପନେବାରେ ଲାଗିଛି । ଆସନ୍ତା ୨୬ ତାରିଖ ସକାଳେ ଏହା ଉପକୂଳ ନିକଟରେ ପହଞ୍ଚିବ । ଏବଂ ମଧ୍ୟାହ୍ନରେ ଓଡିଶାର ପାରାଦୀପ ଓ ପଶ୍ଚିମବଙ୍ଗର ସାଗରଦୀପ ମଧ୍ୟରେ ଭୂଭାଗ ସ୍ପର୍ଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ପକ୍ଷରୁ କୁହାଯାଇଛି । ବାତ୍ୟା ‘ୟାସ୍‌’ ଲ୍ୟାଣ୍ଡଫଲ୍ କରିବା ସମୟରେ ଘଂଟା ପ୍ରତି ପବନର ବେଗ ୧୫୫ରୁ ୧୬୫ କି.ମି ରହିବ । ସ୍ଥଳବିଶେଷଷର ୧୮୫ କିଲୋମିଟର ବେଗରେ ମଧ୍ୟ ପବନ ପ୍ରବାହିତ ହେବା ସମ୍ଭାବନା ରହିଛି । ବାତ୍ୟା ୟାସ୍‌ର ପ୍ରଭାବରେ ଉପକୂଳବର୍ତୀ ଜିଲ୍ଳାଗୁଡିକରେ ଆଜିଠାରୁ ବର୍ଷା ଓ ପବନ ଲାଗି ରହିଛି ।
ବର୍ତମାନ ସମୁଦ୍ର ମଧ୍ୟରୋ ଥିବା ୟାସ୍ ପ୍ରଭାବରେ ଘଂଟାପ୍ରତି ପବନର ବେଗ ୬୦ରୁ ୭୦ କିମି ରହିଛି । ୧୧.୩୦ ବେଳକୁ ଏହା ୭୦ରୁ ୮୦ କିମି ହେବ । ଦିନ ୧୧.୩୦ରେ ବାତ୍ୟା ୟାସ୍ ଭୀଷଣ ରୂପ ଧାରଣ କରିବା ପରେ ପବନର ବେଗ ୯୦ରୁ ୧୦୦ କିମିରେ ପହଞ୍ଚିବ । ରାତି ୧୧.୩୦ ବେଳଗୁ ଏହା ବଢି ୧୧୦ରୁ ୧୨୦ କି.ମି ହୋଇଯିବ ।
୨୫ ତାରିଖ ସକାଳେ ଏହା ଅତି ଭୀଷଣ ରୂପ ଧାରଣ କରିବ । ତେଣୁ ପବନର ବେଗ ଘଂଟାପ୍ରତି ୧୩୦ରୁ ୧୪୫ କି.ମି ରହିବ । ସନ୍ଧ୍ୟା ୫.୩୦ ବେଳକୁ ପବନର ବେଗ ବଢି ୧୪୫ରୁ ୧୫୫ କିମି. ଛୁଇବ । ୨୬ ତାରିଖ ଭୋର ୫.୩୦ରେ ଅତି ଭୀଷଣ ରୂପ ଧାରଣ କରି ସାରିଥିବା ୟାସ୍‌ର ପ୍ରଭାବରେ ୧୫୫ରୁ ୧୬୫ କି.ମି ବେଳେବେଳେ ପବନର ବେଗ ୧୮ର କିମି ଛୁଇଁବ ବୋଲି ବିଭାଗ ଆକଳନ କରିଛି । ଏଭଳି ଅବସ୍ଥାରେ ହିଁ ୟାସ୍ ସ୍ଥଳଭାଗ ଛୁଇଁବ ।
ବାତ୍ୟା ପ୍ରଭାବରେ ୨୫ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ । ୨୬ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ମୟୁରଭଞ୍ଜ ଅତି ପ୍ରବଳ ବର୍ଷା ହେବ । ଜଗତସିଂହପୁର , କଟକ, ଯାଜପୁର ଓ କେନ୍ଦୁଝରରେ ପ୍ରବଳ ବର୍ଷର ଆଶଙ୍କା ରହିଛି । ୨୭ ତାରିଖରେ ଉତର ଓଡିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ବିଭାଗ ଆହୁରି କହିଛି ଯେ, ୨୬ ତାରିଖରେ ଉତର ଓଡିଶା ଜିଲ୍ଲାମାନଙ୍କରେ ସବୁଠୁ ଅଧିକ ବର୍ଷା ହେବ ଏବଂ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହିତ ଅଳ୍ପ କେତେକ ସ୍ଥାନରେ ଅତିପ୍ରବଳ ତଥା ୨୦ ସେଂଟିମିଟରରୁ ଅଧିକ ବର୍ଷା ହୋଇପାରେ । ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହେବ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର, କଟ୍‌କ, ମୟୁରଭଞ୍ଜ, ଯାଜପୁର, ପୁରୀ, କେନ୍ଦୁଝର, ଖୋର୍ଦ୍ଧା, ଜିଲ୍ଲାକୁ ମଧ୍ୟ ରେଡ ୱାଣ୍ଣିଂ ଜାରି କରାଯାଇଛି । ୨୭ ତାରିଖରେ ଏହି ବର୍ଷାରେ ପରିମାଣ ଉପକୂଳବର୍ତୀ ଜିଲ୍ଳାଗୁଡିକରେ କମିଯିବ । କେବଳ ଉତର ଓଡିଶା ଆଭ୍ୟନ୍ତରୀଣ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଆଇଏମ୍‌ଡିର ଆକଳନ ଅନୁଯାୟୀ, ପବନର ବେଗ ଯାହା ସେଥିରେ ବଡ ବଡ ଗଛ ଉପୁଡିପାରେ । ଆଜବେଷ୍ଟସ୍‌, କଚ୍ଚା ଓ ଶିଣ ଘର ଭାଙ୍ଗିବାର ସମ୍ଭାବନା ରହିଛି । ପବନରେ ବିଦ୍ୟୁତ ଖୁଂଟ ଉପୁଡିବା ସହ କ୍ଷତି ଘଟାଇବ ।
୨୬ତାରିଖ ଦିନ ପୂର୍ଣ୍ଣିମା ପଡୁଥିବାରୁ ସମୁଦ୍ରରେ ୨ରୁ ୪ମିଟର ଉଚ୍ଚରେ ଜୁଆର ଆସିବା ସମ୍ଭାବନା ରହିଛି । ରାଜ୍ୟର ଉପକୂଳବର୍ତୀ ଅଞ୍ଚଳ ସାଧାରଣତଃ ସମତଳ ଅଞ୍ଚଳ ହୋଇଥିବାରୁ ଉଚ୍ଚଜୁଆର ଜନବସତିରେ ପ୍ରବେଶ କରିବା ଆଶଙ୍କା ରହିଛି । ଏଥି ପ୍ରତି ସଜାଗ ରହିବାକୁ କୁହାଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ଗୋପାଳପୁର ବନ୍ଦରରେ ତିନି ନମ୍ବର ଏବଂ ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି । ଏହିସହିତ ପାରାଦୀପ ବନ୍ଦରରେ ସୋମବାର ମଧ୍ୟାହ୍ନ ସୁଦ୍ଧା ପଣ୍ୟ ଖଲାସ କରି ଜାହାଜଗୁଡିକ ସମୁଦ୍ର ଭିତରେ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Comments (0)
Add Comment