ମଂଚେଶ୍ୱର ଅଟାକଳ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ୨୬ ଜଣ କରୋନା ଆକ୍ରାନ୍ତ


ଭୁବନେଶ୍ୱର- ମଂଚେଶ୍ୱର ଅଟକାଳ କର୍ମଚାରୀ ସୁପରସ୍ପେ୍ରଡର । ଆଜି ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୯୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୬ ଆକ୍ରାନ୍ତ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଜଣାପଡିଛି । ଯାହାକି ପ୍ରଶାସନକୁ ଚିନ୍ତାରେ ପକାଇଛି । ସୁପର ସ୍ପେ୍ରଡେରଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୫୦, ୨୫, ୪୫,୩୮,୩୧, ୩୦,୫୫,୨୫,୪୧,୨୦,୩୯,୨୨,୩୯,୪୪,୪୫,୪୫,୫୧,୭୦,୪୩,୫୦,୩୩,୩୫,୪୮,୫୩,୬୨,୪୨ ବର୍ଷ ହୋଇଥିବା ବେଳେ ସମସ୍ତେ ପୁରୁଷ ବୋଲି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ ।

Comments (0)
Add Comment