ଭୁବନେଶ୍ୱର: କମ ପୃଷ୍ଠପୋଷକତା ଏବଂ କୋଭିଡ୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଚାରି ଯୋଡ଼ା ବିଶେଷ ଏକ୍ସପ୍ରେସ ଟ୍ରେନକୁ ଉଭୟ ପାର୍ଶ୍ୱରୁ ବାତିଲ କରିବାକୁ ନିଷ୍ପତି ନିଆଯାଇଛି ।
୦୨୮୬୬/୦୨୮୬୫ ପୁରୀ-ଏଲଟିଟି- ପୁରୀ ସାପ୍ତାହିକ ସ୍ୱତନ୍ତ୍ର ଏକ୍ସପ୍ରେସ ପୁରୀଠାରୁ ମଇ ମାସ ୧୮ ଏବଂ ୨୫ ତାରିଖ ଦିନ ଏବଂ ଏଲଟିଟି ରୁ ମଇ ମାସ ୨୦ ଏବଂ ୨୭ ତାରିଖ ଦିନ ବାତିଲ ରହିବ ।ସେହିପରି ୦୨୮୮୦/୦୨୮୭୯ ଭୁବନେଶ୍ୱର-ଏଲଟିଟି-ଭୁବନେଶ୍ୱର ଦ୍ୱି-ସାପ୍ତାହିକ ବିଶେଷ ଏକ୍ସପ୍ରେସ ଭୁବନେଶ୍ୱର ଠାରୁ ମଇ ମାସ ୧୭, ୨୦, ୨୪ ଏବଂ ୨୭ ତାରିଖ ଦିନ ଏବଂ ଏଲଟିଟି ରୁ ମଇ ମାସ ୧୯, ୨୨, ୨୬ ଏବଂ ୨୯ ତାରିଖ ଦିନ ବାତିଲ ରହିବ ।୦୭୪୮୮/୦୭୪୮୭ ବିଶାଖାପାଟନମ୍-କଡ଼ପା-ବିଶାଖାପାଟନମ୍ ଦୈନନ୍ଦିନ ଚଳାଚଳ କରୁଥିବା ବିଶେଷ ଟ୍ରେନ ବିଶାଖାପାଟନମ୍ ରୁ ମଇ ମାସ ୧୪ ରୁ ୩୧ ତାରିଖ ମଧ୍ୟରେ ଏବଂ କଡ଼ପା ଠାରୁ ମଇ ମାସ ୧୫ ତାରିଖରୁ ଜୁନ ମାସ ପହିଲା ମଧ୍ୟରେ ବାତିଲ୍ ରହିବ ଓ ୦୨୮୩୧/୦୨୮୩୨ ବିଶାଖାପାଟନମ୍-ଲିଙ୍ଗମପଲ୍ଲୀ-ବିଶାଖାପାଟନମ୍ ଦୈନନ୍ଦିନ ଚଳାଚଳ କରୁଥିବା ବିଶେଷ ଟ୍ରେନ ବିଶାଖାପାଟନମ୍ ଠାରୁ ମଇ ମାସ ୧୪ ରୁ ୩୧ ତାରିଖ ମଧ୍ୟରେ ଏବଂ ଏବଂ ଲିଙ୍ଗମପଲ୍ଲୀ ମଇ ମାସ ୧୫ ତାରିଖରୁ ଜୁନ ମାସ ପହିଲା ମଧ୍ୟରେ ବାତିଲ୍ ରହିବ ।