ମଦ ବିକ୍ରିକୁ ନେଇ ଗୋଷ୍ଠୀ ସଂଘର୍ଷ : ଜଣେ ମୃତ

ଖଲିକୋଟ୍: ଗଞ୍ଜାମ ଜିଲ୍ଲା ଖଲିକୋଟ୍ ଥାନା ଅନ୍ତର୍ଗତ ପଥରା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଖଲିକୋଟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଗାଁରେ ମଦ ବିକ୍ରି ଚାଲିଥିବା ବେଳେ କିଛି ଲୋକ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ମଦ ବେପାରୀଙ୍କ କିଛି ସହଯୋଗ ବିରୋଧ କରୁଥିବା ଗୋଷ୍ଠୀଙ୍କ ଉପରକୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଏଥିରେ ଉଭୟ ଗୋଷ୍ଠୀର ୬ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା । ଖଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କ ଶବକୁ ଜବତ କରି ବ୍ୟବଛେଦ ଲାଗି ପଠାଇଥିଲା ବେଳେ ଘଟଣାର ତଦନ୍ତ ଜାରୀ ରଖିଛି । ସେହିପରି ଦୁଇ ଜଣଙ୍କୁ ଅଟକ ରଖି ଯେରା କରିଛି । ପରିସ୍ଥିତି ଉତେଜେନାପୂର୍ଣ୍ଣ ଥିବାରୁ ଗ୍ରାମରେ ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯାଇଛି ।

Comments (0)
Add Comment