ମନ୍ଦିର ଭିତରେ ହେବ ବିଧିରକ୍ଷା

ପୁୁରୀ,୧୯.୬(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ରାୟକୁ ଦୃଷ୍ଟିରେ ରଖି ମନ୍ଦିର ଭିତରେ ପରମ୍ପରା ଓ ଶାସ୍ତ୍ର ସମ୍ମତ ବ୍ୟବସ୍ଥା ସ୍ଥିର ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପିତି ଗ୍ରହଣ କରିଛି ବୋଲି ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ କହିଛନ୍ତି
ଆଜି ଶ୍ରୀ ମନ୍ଦିରରେ ଅନିଷ୍ଠିତ ପରିଚାଳନା କମିଟିର ଜରୁରି ବୈଠକରେ ଗଜପତି ମହାରାଜା ଗଣମାଧ୍ୟ କହିଛନ୍ତି ଯେ ଧାର୍ମିକ ବ୍ୟବସ୍ଥାରେ ମହାପ୍ରଭୁଙ୍କ ରିତିନିତି ହେବ ତେବେ ଏ ସମ୍ପର୍କରେ ଛତିଶା ନିଯୋଗ ସହ ବୈଠକ ପରେ ଚୁଡାନ୍ତ ନିଷ୍ପତି ଗ୍ରହଣ କରାଯିବ । ଆସନ୍ତାକାଲି ଶଙ୍କରାଚାର୍ଯ୍ୟ ସହ ଆଲୋଚନା ପରେ ନିଷ୍ପତି ନିଆଯିବ ସେ ଆହୁରି କହିଛନ୍ତି ଯେ ରଥଯାତ୍ରା ବନ୍ଦ ହେଲେ ଶ୍ରୀ ମନ୍ଦିର ସତ୍ୱଲିପିରେ କୌଣସି ବିକଳପ ଉଲେଖ ନାହିଁ । ତେଣୁ ନୂତଣ ପରିକଳ୍ପନାରେ ଧାର୍ମିକ ବ୍ୟବସ୍ଥାରେ ରିତିନିତି ସମ୍ପନ ହେବ । ଅସାଧାରଣ ପରିସ୍ଥିତିରେ ଅସାଧାରଣ ହୁଏ । ବୋଲି ଗଜପତି କହିଛନ୍ତି ।
ଗଜପତି ମହାରାଜ ଆହୁରି କହିଛନ୍ତି । ଯେ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ପୁର୍ଣ୍ଣମାତ୍ରାରେ ପାଳନ କରାଯିବ । ବାହରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି । ତେଣୁ ଏ ବର୍ଷ ଗୁଂଡିଚା, ବାହୁଡା, ସୁନାବେଶ, ଅଧରପଣା ଓ ନିଳାଦ୍ରୀବିଜେ ସମ୍ଭବ ନୁହେଁ । କରୋନା ପାଇଁ ଦୁଃଖଦ ନିଷ୍ପତି ନିଆଯାଇଛି ବୋଲି ଗଜପତି କହିଛନ୍ତି ।

Comments (0)
Add Comment