ମନ୍ କି ବାତ୍ କାର୍ଯ୍ୟକ୍ରମ ବନ୍ଧୁତା ସହ ଜବାବ ଦେବା ଜାଣେ ଭାରତ

ନୂଆଦିଲ୍ଲୀ: ମନ କି ବାତ୍ କାର୍ଯକ୍ରମରେ ଲଦାଖ ସୀମା ବିବାଦ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି କହିଛନ୍ତି ଭାରତ ମିତ୍ରତା ନିଭାଇବା ସହ ଶତ୍ରୁଙ୍କୁ ଜବାବ ଦେବା ବି ଶିଖିଛି । ଲଦାଖରେ ଭାରତର ଭୂମି ଉପରେ ଆଖି ପକାଉଥିବା ଦେଶକୁ କଡ଼ା ଜବାବ ଦିଆଯାଇଛି । ଭାରତ ମିତ୍ରତା ରକ୍ଷା କରିବା ଜାଣିଛି, ଆଖିରେ ଆଖି ମିଶାଇ ଉଚିତ୍ ଜବାବ ଦେବା ବି ଜାଣିଛି । ଲଦାଖରେ ସହିଦ ହୋଇଥିବା ୨୦ ବୀର ଯବାନଙ୍କୁ ସାରା ଦେଶ ଶ୍ରଦ୍ଧାଂଜଳି ଦେଉଛି । ପୁରା ଦେଶ ସହିିଦଙ୍କ ପରିବାର ସହ ରହିଛି । ଏହାକୁ ନେଇ ଚୀନର ନାଁ ନନେଇ ମୋଦି ସତର୍କ କରାଇ ଦେଇଛନ୍ତି । ନିଜର ସୀମା ଓ ସଂପ୍ରୁଭତା ରକ୍ଷା କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି । ନିଜର ସୀମା ଓ ସଂପ୍ରୁଭତା ରକ୍ଷା କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୋଦି । ଏହା ସହିତ ତାଲାବନ୍ଦ ସମୟରେ ଆମକୁ ଅଧିକ ସତର୍କ ହେବାକୁ ପଡିବ ବୋଲି ମୋଦି ମତ ରଖିଛନ୍ତି ।ଏହି ଅବସରରେ ମୋଦି କହିଛନ୍ତି ଯଦି ଆପଣ ମାସ୍କ ପିନ୍ଧୁ ନାହାନ୍ତି, ଦୁଇ ଗଜ ଦୂରତା ପାଳନ କରୁନାହାନ୍ତି କିମ୍ବା ଅନ୍ୟ ସାବଧାନତା ପାଳନ କରୁପାହାନ୍ତି, ତେବେ ଆପଣ ନିଜ ସହିତ ଅନ୍ୟମାନଙ୍କୁ ବି ବିପପଦରେ ପକାଉଛନ୍ତି । ତେଣୁ ଆପଣଙ୍କ ସତର୍କତା ହିଁ ଆପଣଙ୍କୁ କରୋନା ଠାରୁ ରକ୍ଷା କରିବ ବୋଲି ମନ କି ବାତରେ କହିଛନ୍ତି ମୋଦି ।

Comments (0)
Add Comment