ମନ କଥା କହିଲେ ମୋଦୀ, କରୋନା ଏବେ ବି ମାରାତ୍ମକ ସ୍ଥିତିରେ

ପ୍ରଧାନମନ୍ତ୍ରୀ ଆଜି ଦେଶବାସୀଙ୍କ ସହ ନିଜ ମନର କଥା କହିବା ଅବସରରେ ଦେଶର ବିଜୟ ପାଇଁ ପ୍ରାଣବଳି ଦେଇଥିବା ସେନାନୀମାନଙ୍କୁ ମନେ ପକାଇଛନ୍ତି। ସେ କହିଛନ୍ତି, ଆଜି ୨୬ ଜୁଲାଇ, ଆଜି ଏକ ବିଶେଷ ଦିନ, ଆଜି ହେଉଛି ‘କାର୍ଗିଲ ବିଜୟ ଦିବସ’। ୨୧ ବର୍ଷ ପୂର୍ବେ ଆଜି ଆମର ସେନା କାର୍ଗିଲ ଯୁଦ୍ଧରେ ଭାରତର ବିଜୟର ପତାକା ଉତ୍ତୋଳନ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେଉଁ ପରିସ୍ଥିତିରେ କାର୍ଗିଲ ଯୁଦ୍ଧ ହୋଇଥିଲା ତାହା ଭାରତ କେବେ ବି ଭୁଲିପାରିବ ନାହିଁ। ଭାରତର ଅଂଚଳ ଦଖଲ କରିବାକୁ ପାକିସ୍ତାନ ବହୁତ ଚେଷ୍ଟା କରିଥିଲା ​​ଏବଂ ଆମ ଆଭ୍ୟନ୍ତରୀଣ କଳହରୁ ଫାଇଦା ନେବାକୁ ଚେଷ୍ଟା କରିଥିଲା। ସେ କହିଛନ୍ତି, ଏହା କଳ୍ପନା କରିବା କଷ୍ଟ ଯେ ଉଚ୍ଚ ପର୍ବତ ଉପରେ ଶତ୍ରୁ ବସିଥିଲା ଏବଂ ତଳେ ରହି ଆମ ସୈନ୍ୟମାନେ ଯୁଦ୍ଧ କରୁଥିଲେ। ସେଥିରେ ଜିତିବା ଭାରତୀୟ ସୈନ୍ୟବାହିନୀର ପ୍ରକୃତ ବୀରତ୍ୱ ପରିପ୍ରକାଶ କରିଥିଲା। ସେହିଦିନକୁ ମନେପକାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ମଧ୍ୟ କାର୍ଗିଲ ଯାଇଥିଲେ ଏବଂ ଆମ ସୈନିକମାନଙ୍କର ବୀରତ୍ୱ ଦେଖିବାର ସୁଯୋଗ ପାଇଥିଲେ। ସେହି ଦିନଟି ମୋ ଜୀବନର ସବୁଠାରୁ ମୂଲ୍ୟବାନ ମୂହୁର୍ତ୍ତ ଥିଲା ବୋଲି ମୋଦୀ କହିଛନ୍ତି। ସେ କହିଛନ୍ତି, ଦେଶର ଲୋକମାନେ ଆଜି କାର୍ଗିଲ ବିଜୟ ଦିବସକୁ ମନେ ରଖିଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ନିଜ କାର୍ଗିଲ ହିରୋମାନଙ୍କୁ ପ୍ରଣାମ କରି ସହିଦ ହୋଇଥିବା ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

Comments (0)
Add Comment