ମହାକାଶରେ ବ୍ୟାଟେରୀ ମରାମତି କଲେ ମହାକାଶଚାରୀ

ୱାଶିଂଟନ: ମହାକାଶରେ ଥିବା ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ)ର ବ୍ୟାଟେରୀ ମରାମତି ହୋଇଛି । ନାସାର ମହାକାଶଚାରୀ କ୍ରିସ କ୍ୟାସିଡି ଏବଂ ରବର୍ଟ ବେହନକେନ ଏହି ମରାମତି କରିଛନ୍ତି । ଚଳିତ ସପ୍ତାହରେ ଦ୍ୱିତୀୟ ଥର ପାଇଁ ସ୍ପେସ ୱାକ୍ କରି ଆଇଏସଏସରେ ଖରାପ ହୋଇଯାଇଥିବା ବ୍ୟାଟେରୀର ମରାମତି କରିଛନ୍ତି । କ୍ୟାସିଡି ଟ୍ୱିଟ୍ କରି ବ୍ୟାଟେରୀ ବନଳ କରିବାର ଫଟୋ ସହିତ ମହାକାଶରେ କିଛି ଫଟୋ ଶେୟାର କରିଛନ୍ତି ।

ପାଖାପାଖି ଛଅ ଘଂଟା ଧରି ମହାକାଣଚାରୀ ମାନେ ଆଇଏସଏସରେ ଥିବା ପୁରୁଣା ନିକେଲ–ହାଇଡ୍ରୋଜେନ ବ୍ୟାଟେରିଟିକୁ ବଦଳ କରି ଲିଥିୟମ ଆଇଅନ ବ୍ୟାଟେରୀ ଲଗାଇଛନ୍ତି । କିଛି ଦିନ ତଳେ ନାସାର ଏହି ମହାକାଶଚାରୀ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ବାହାରି ବ୍ୟାଟେରୀ ବଦଳାଇବା ପାଇଁ ବାହାରିଥିଲେ । ଏହି ସମୟରେ ସ୍ପେସସୁଟରେ ଥିବା ଏକ ଆଇନା । କାଚ ଭାଙ୍ଗିଯାଇଥିଲା । ଏବେ ସେହି ଆଇନା ମହାକାଶରେ ନୂତନ ବର୍ଜ୍ୟବସ୍ତୁରେ ସାମିଲ ହୋଇଛି । ତେବେ ଏହି ଆଇନା ପାଇଁ ଆଗାମୀ ଦିନରେ ମହାକାଶଚାରୀ କି ସ୍ପେସ ଷ୍ଟେସନରେ କୌଣସି ଅସୁବିଧା ହେବନି ବୋଲି କ୍ୟାସିଡି କହିଥିଲେ

Comments (0)
Add Comment