କଟକ- ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଏସଆରସି ପ୍ରଦୀପ ଜେନା ଏହି ସଂପର୍କରେ ସୂଚନା ଦେଇଛନ୍ତି । ବନ୍ୟା ଆଶଙ୍କା ସୃଷ୍ଟି ନେଇ ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, କଟକ ଜିଲ୍ଲାକୁ ସର୍ତକ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିଭଳି ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାକୁ ଆଲର୍ଟ ରହିବାକୁ ଏସଆସି ସୂଚନା ଦେଇଛନ୍ତି । ମହାନଦୀର ମୁଣ୍ଡଳି ଠାରେ ଏବେ ସାଢେ ୭ ଲକ୍ଷ କୁ୍ୟସେକ ପାଣି ପ୍ରବାହିତ ହେଉଛି । ଏବେ ହୀରାକୁଦରେ ୨୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଏପାଣି ମୁଣ୍ଡଳିରେ ପଂହଚିଲା ବେଳକୁ ୮ ଲକ୍ଷ କୁ୍ୟସେକ ଜଳ ପ୍ରବାହିତ ହେବ । ଏହା ଫଳରେ ମହାନଦୀ ତଳ ମୁଣ୍ଡରେ ମଧ୍ୟମ ଧରଣ ବନ୍ୟା ଆଶଙ୍କା କରାଯାଉଛି ।