ମହାରାଷ୍ଟ୍ରର ୮ଜିଲ୍ଲାରେ ଲକ୍ଡାଉନ୍

ପୁନେ: ମହାରାଷ୍ଟ୍ରରେ ସଂକ୍ରମଣ ଉପରମୁହାଁ ହୋଇଥିବାରୁ ରାଜ୍ୟ ସରକାର ସଂକ୍ରମଣ ବଢୁଥିବା ଜିଲ୍ଲାମାନଙ୍କରେ କଡାକଡି ଲକ୍ଡାଉନ୍ ପାଳନ ପାଇଁ ନିଷ୍ପତି ନେଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ପୁଣି ମହାରାଷ୍ଟ୍ରରେ ୧୫,୮୨୩ ନୂଆ ମାମଲା ଚିହ୍ନଟ ହୋଇଛି । ରାଜ୍ୟର ୮ଜିଲ୍ଲାରେ ସଂକ୍ରମଣ ଲଗାତାର ବୃଦ୍ଧି ହେବାରୁ ଲକ୍ଡାଉନ୍ ଲାଗୁ ହୋଇଛି । ସରକାର ଏହି ଜିଲ୍ଲାମାନଙ୍କରେ କୋଭିଡ୍ ନିୟମ୍ କଡାକଡି କରିଛନ୍ତି । ପୁନେରେ ରାତି ୧୧ରୁ ସକାଳ ୬ଟା ପର୍ଯର୍୍ୟନ୍ତ ନାଇନ୍ କର୍ଫୁ୍ୟ ଜାରି ହୋଇଥିବା ବେଳେ ଅକୋଲାରେ କଡାକଡି ଲକ୍ଡାଉନ୍ ପାଳନ ହେଉଛି । ଅକୋଲାରେ ଆଜି ସନ୍ଧ୍ୟା ୮ଟାରୁ ସୋମବାର ସକାଳ ୬ଟା ପର୍ଯର୍୍ୟନ୍ତ ଲକ୍ଡାଉନ୍ ଜାରି ହେବ । ମାର୍ଚ୍ଚ ୧୨ରୁ ୨୨ ପର୍ଯ୍ୟନ୍ତ ପାନ୍ଭେଲ୍ରେ ନାଇଟ୍ କର୍ଫୁ୍ୟ ଜାରି ହେବ । ସେହିପରି ପାରଭଣି ଜିଲ୍ଲାରେ ଆଜି ରାତି ୧୨ଟାରେ ଆସନ୍ତା ଗୁରୁବାର ସକାଳ ୬ଟା ପର୍ଯର୍୍ୟନ୍ତ ଲକ୍ଡାଉନ୍ ଜାରି ହୋଇଛି । ଉକ୍ତ ଜିଲ୍ଲାମାନଙ୍କରେ ସ୍କୁଲ, କଲେଜ୍ ବନ୍ଦ ରହିଛି ।
ଆଜି ଦେଶର ସର୍ବାଧିକ ସକ୍ରିୟ ମାମଲା ପୁନେରେ ରହିଛି । ପୁନେରେ ହୋଟେଲ୍ ଏବଂ ରେସ୍ତୋରାଁଗୁଡିକ ରାତି ୧୦ ପର୍ଯ୍ୟନ୍ତ ଖୋଲା ରହିବ । ତେବେ କେବଳ ୫୦ ପ୍ରତିଶତ ବସିବା କ୍ଷମତା ରହିବ । ରାତି ୧୧ରୁ ସକାଳ ୬ଟା ପର୍ଯର୍୍ୟନ୍ତ ନାଇଟ୍ କର୍ଫ୍ୟୁ ରହିବ । ବାହାଘର ଏବଂ ଅନ୍ତେ୍ୟଷ୍ଟି କ୍ରିୟାରେ କେବଳ ୫୦ ଜଣଙ୍କୁ ରହିବାପାଇଁ ଅନୁମତି ମିଳିବ । ଗତକାଲି ନାଗପୁରରେ ଲକ୍ଡାଉନ୍ ଜାରି ହୋଇଥିବା ବେଳେ ପୂର୍ବରୁ ଅମରାବତୀରେ ଲକ୍ଡାଉନ୍ ଜାରି ହୋଇଥିଲା । ଇତି ମଧ୍ୟରେ ପଲଘର ଜିଲ୍ଲାର ଏକ ଆଦିବାସୀ ସ୍କୁଲ୍ରେ ୪୪ଛାତ୍ର ସଂକ୍ରମିତ ହୋଇଛନ୍ତି ।

Comments (0)
Add Comment