ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁ ସଂକ୍ରମଣରେ ସର୍ବାଧିକ ପ୍ରଭାବିତ ରାଜ୍ୟ ଗୁଡିକରେ ଜୀବନ ରକ୍ଷାକାରୀ ଅକ୍ସିଜେନ୍ର ଅଭାବ ହା ହା କାର ପରିସ୍ଥିତି ସୃଷ୍ଟି କରିଥିଲା ବେଳେ ଆଜି ଓଡିଶାରୁ ମହାରାଷ୍ଟ୍ରର ପୁନେ, ଆନ୍ଧ୍ରରର ବିଶାଖାପାଟନା ଓ ତେଲେଙ୍ଗାନାକୁ ଅକ୍ସିଜେନ୍ ଯୋଗାଇ ଦିଆଯାଇଛି । ତେଲେଙ୍ଗାନା ସରକାର ଅକ୍ସିଜେନ୍ ନେବା ପାଇଁ ସ୍ୱତନ୍ତ୍ର ଲଢୁଆ ହେଲିକାପ୍ଟରକୁ ନିୟୋଜିତ କରିଛନ୍ତି । ଆଜି ସକାଳୁ କଡା ସୂରକ୍ଷା ମଧ୍ୟରେ ଡୁବୁରୀ ଠାରେ ଥିବା ଟାଟା ଷ୍ଟିଲ୍ କାରଖାନା ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨ଟି ଗାଡିକୁ ମହାରାଷ୍ଟ୍ରର ପୁନେ ଓ ଆନ୍ଧ୍ର ପ୍ରଦେଶର ବିଶାଖାପାଟାହକୁ ପଠାଯାଇଛି ।
ଯାଜପୁର ଏସପି ରାହୁଲ ପିଆରଙ୍କ ନେତୃତ୍ୱରେ ପୋଲିସ୍ ବାହିନୀର କଡା ସୁରକ୍ଷା ମଧ୍ୟରେ କିପରି ରାଜ୍ୟ ସୀମା ପର୍ଯ୍ୟନ୍ତ ଅକ୍ସିଜେନ୍କୁ ପହଞ୍ଚା ଯାଇପାରିବ ସେ ନେଇ ପ୍ରସ୍ତୁତି କରାଯାଇଛି । ଅନ୍ୟପଟେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଦେ୍ର୍ଧଶକ୍ରମେ କଳିଙ୍ଗନଗରର ଟାଟା ଷ୍ଟିଲ୍ ଦୈନିକ ୩୦ ମେଟି୍ରକ୍ ଟକ୍ ଅକ୍ସିଜେନ୍ ଯୋଗାଇ ଦେବାକୁ ଘୋଷଣା କରାଯାଇଛି ।