ଭୁବନେଶ୍ୱର: ଡିଏସପିଙ୍କ ଘରୁ ଚୋରି । ଭିଜିଲାନ୍ସ ବିଭାଗର ଜଣେ ମହିଳା ଡିଏସପିଙ୍କ ଘରେ ପଶି ସୁନା ଚେନ୍ ଲୁଟିନେଲେ ଲୁଟେରା । ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଏନେଇ ଡିଏସପି ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ,ଖାରବେଳ ନ୪ଗର ୟୁନିଟ୍ ୩ ସରକାରୀ କ୍ୱାର୍ଟର୍ସରେ ଭିଜିଲାନ୍ସ ଡିଏସପି ତନୁଜା ମହାନ୍ତି ରୁହନ୍ତି । ସକାଳ ପ୍ରାୟ ୬ଟା ୪୫ମିନିଟ ସମୟରେ ସେ ଘର ଝାଡୁ ମାରୁଥିବା ସମୟରେ ଦୁଇ ଜଣ ଦୁର୍ବୁତ ବାଇକରେ ଆସି ତାଙ୍କ ଘର ଭିତରକୁ ପଶି ଆସିଥିଲେ । ତା’ପରେ ତାଙ୍କ ବେକରୁ ସୁନା ଚେନ୍ ନେବା ପାଇଁ ପ୍ରୟାସ କରିଥିଲେ । ଡିଏସପି ପ୍ରତିରୋଧ କରିଥିଲେ । ତେଣୁ ଲୁଟେରାମାନଙ୍କ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା । ତେବେ ଲୁଟେରାମାନେ ଡିଏସପିଙ୍କୁ ବନ୍ଧୁକ ଦେଖାଇ ସୁନା ଚେନ ନେଇ ଚମ୍ପଟ ମାରିଥିଲେ । ଲୁଟେରାମାନେ ମାସ୍କ ଲଗାଇଥିବା ଡିଏସପି କହିଛନ୍ତି ।