ମାଇକ୍ରୋ ଫାଇନାନ୍ସ ଋଣୀ ମାନଙ୍କୁ ଋଣ ଛାଡ ଦାବିରେ ବିକ୍ଷୋଭ

ଭୁୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲାରେ ମାଇକ୍ରୋ ଫାଇନାନ୍ସ ସଂସ୍ଥା ଗୁଡିକର ବେଆଇନ ଋଣ ଆଦାୟ ଜନିତ ଜୁଲୁମ ଓ କରୋନା ମହାମାରୀ ସମୟରେ ସମ୍ପୂର୍ଣ୍ଣ ଋଣଛାଡ ଦାବୀରେ ଆଜି ମୟୂରଭ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମାଇକ୍ରୋ ଫାଇନାନ୍ସ ଋଣଗ୍ରହିତା ମଂଚ ପକ୍ଷରୁ ଏକ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବାର ଜଣାଯାଇଛିା ଜାତୀୟ କରଣ ବ୍ୟାଙ୍କ ମାନେ ଅଣୁ କ୍ଷ୍ୟୁଦ୍ର ବ୍ୟବସାୟ , ହସ୍ତ ଶିଳ୍ପ, କୁଟିର ଶିଲ୍ପ ଆଦିପାଇଁ ଆର୍ଥିକ ଦୂର୍ବଳ ଶ୍ରେଣୀର ଲୋକଙ୍କୁ ସଠିକରେ ଋଣ ଯୋଗାଇ ଦେଉ ନଥିବାର ସୁଯୋଗ ନେଇ ମାଇକ୍ରୋ ଫାଇନାନ୍ସ ସଂସ୍ଥା ମାନେ ଉଚ୍ଚ ସୁଧ ହାରରେ ଏହି ଋଣ ଦେଣ ନେଣ କରୁଛନ୍ତି । ଚଳିତ ବର୍ଷ ମାର୍ଚ୍ଚ ମାସରୁ ଜନତା କର୍ଫ୍ୟୁ ଓ ପରେପରେ ଲକଡାଉନ ରାଜ୍ୟ ତଥା ଦେଶରେ ଲାଗୁ ହୋଇଥିବାରୁ ଲୋକେ ନାହିଁ ନଥିବା ସମସ୍ୟାରେ କାଲାତିପାତ କରୁଛନ୍ତି । ଜନସାଧାରଣ ରୋଜଗାର ହରାଇ ନିଜର ମୌଳିକ ଆବଶ୍ୟକତା ପୁରଣ କରିପାରୁ ନଥିବା ବେଳେ ଏହି ମାଇକ୍ରୋ ଫାଇନାନ୍ସ ସଂସ୍ଥା ମାନେ ଲୋକଙ୍କ ଠାରୁ ଜୋର ଜୁଲୁମ କରି ଋଣ ଅର୍ଥ ଆଦାୟ କରିବା ବେଶ ଦୁଃଖ ଓ ପରିତାପର ବିଷୟ ବୋଲି ବକ୍ତା ମାନେ କହିଥିଲେ । ରାଜ୍ୟ ସରକାରଙ୍କ ପ୍ରଚଳିତ ନିୟମ ଅନୁଯାୟୀ ସରକାରଙ୍କ ବିନା ଅନୁମତିରେ କୌଣଷି ସଂସ୍ଥା ଅର୍ଥ ନେଣଦେଣ କରିପାରିବେ ନାହିଁ । ଯଦି କୌଣଷି ସଂସ୍ଥା ବେଆଇନ କାର୍ଯ୍ୟକରେ ତେବେ ଜିଲ୍ଲାପାଳ ସଂପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ତେବେ କରୋନା ମହାମାରୀ ସମୟରେ ଅମାନୁଷିକ ଭାବରେ ଋଣ ଆଦାୟ କରିବା ସମ୍ପର୍କରେ ବିଭିନ୍ନ ସମୟରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣଷି ଅଙ୍କୁଶ ନଲଗାଯାଉଥିବାରୁ ବିକ୍ଷୋଭକାରୀ ମାନେ କ୍ଷୋଭ ପ୍ରକାଶ କରିଥିଲେ । ମଂଚର ସଦସ୍ୟା କବିତା ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠୀତ ଏହି ବିକ୍ଷୋଭ ସଭାରେ ଜିଲ୍ଲା ଆବାହକ ପରମେଶ୍ୱର ମହାନ୍ତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେ ଏହି ଆନେ୍ଦାଳନକୁ ସମର୍ଥନ କରି ସି.ପି.ଆଇ. ର ରାଜ୍ୟ ସହ ସମ୍ପାଦକ ପ୍ରଶାନ୍ତ ମିଶ୍ର, ବକ୍ତବ୍ୟ ରଖି କୋଭିଡ -୧୯ ସମୟରେ ବଡବଡ କମ୍ପାନୀଙ୍କୁ ଋଣ ଛାଡ କରିବା ବଳି ଖବର ଶୁଣିବାକୁ ମିଳୁଥିବା ବେଳେ, ଏଭଳି ଗରୀବ ଖଙ୍କିଖିଆ ଲୋକଙ୍କ ଠାରୁ ସଂସ୍ଥା ମାନେ ଜୁଲୁମ କରି ଋଣ ଆଦାୟ କରିବା କାର୍ଯ୍ୟକୁ ନିନ୍ଦା କରିବା ସହିତ ସରକାର ଏଥିରେ ହସ୍ତକ୍ଷେପ କରି ରୁଣ ଛାଡ କରିବା ଦରକାର ବୋଲି କହିଥିଲେ । ଶେଷରେ ଏକ ୪ଜଣିିଆ ପ୍ରତିନିଧି ଦଳ ଓଡିଶା ମୁଖ୍ୟ ସାଶନ ସଚୀବଙ୍କ ଉଦେସ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।

Comments (0)
Add Comment