ମାରାତ୍ମକ ହେଉଛି କରୋନା: ହୁ

ନ୍ୟୁୟର୍କ- କରୋନା ମହାମାରୀ ଅତ୍ୟଧିକ ମାରାତ୍ମକ ହେଉଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟେସୁ ଏକ ଭିଡିଓ କନଫରେନସ ଜରିଆରେ କହିଛନ୍ତି । ସ୍ଥିତିରେ ସୁଧାର ଆସିବା ପାଇଁ ସମୟ ଲାଗିବ । ରାଜନୀତିକ ବ୍ୟକ୍ତିଙ୍କ ନାମ ନନେଇ ପରୋକ୍ଷରେ ଟେଡ୍ରୋସ କହିଛନ୍ତି ନେତାମାନେ କରୋନାକୁ ନେଇ ଅର୍ଦ୍ଧସତ୍ୟ କହୁଛନ୍ତି । ଯାହାକି ସ୍ଥିତିକୁ ଆହାରି ଜଟିଳ କରୁଛି । ମିଳିଥିବା ସୂଚନାଅନୁଯାୟୀ ଜନ ହପିକନ୍ସ ବିଶ୍ୱବିଦ୍ୟାଳୟର ଆକଳନ ଅନୁଯାୟୀ ବର୍ତମାନ ପର୍ପ୍ୟନ୍ତ ବିଶ୍ୱରେ ୧,୩୦,୬୦,୨୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ କେବଳ ଆମେରିକାରେ ୩୩,୬୧,୦୪୨ ସଂକମ୍ରିତ ରହିଛନ୍ତି । ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଡନର ଏକ ଟିମ କରୋନାର ଉତ୍ପତି ବିଷୟରେ ଜାଣିବା ପାଇଁ ଚୀନ ଗ୍ରସ୍ତରେ ରହିଛନ୍ତି । କରୋନା ମୁକାବିଲାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଡନ ଏବଂ ଏହାର ମୁଖ୍ୟ ଟେଡ୍ରୋସ ପକ୍ଷ ପାତିକା କରୁଥିବା ଅଭିଯୋଗ ଆଣିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ । ଏହାପରେ ଆମେରିକା ଏହି ସଂଗଠନର ଓହରିବ ବୋଲି ନିଷ୍ପତି ନେଇଛି । ଏଥିପାଇଁ ଆଗୁଆ ବର୍ଷେ ନୋଡିସ ଦେଇଛି । ୨୦୧୧ ଜୁଲାଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ଆମେରିକା ସମସ୍ତ ସମ୍ପର୍କ ଛିନ୍ନ କରିବ ବୋଲି ଜଣାପଡିଛି ।

Comments (0)
Add Comment