ମାଲକାନଗିରିରେ ୯୪ ଟଙ୍କା ଟପିଲା ପେଟ୍ରୋଲ

ଭୁବନେଶ୍ୱର: ତେଲ ଦରରେ ଲାଗିଲା ନିଆଁ । ଦୈନଦିନ ମୂଲ୍ୟ ବୃଦ୍ଧି ଯୋଗୁଁ ଉପର ମୁହାଁ ହେବାରେ ଲାଗି ପେଟ୍ରୋଲ ଏବଂ ଡିଜେଲ୍ ଦର । ଆଜି ପେଟ୍ରୋଲର ମୂଲ୍ୟ ଲିଟର ପିଛା ୨୯ ପଇସା ବଢିଥିଲା ବେଳେ ଡିଜେଲର ମୁଲ୍ୟ ୩୨ ପଇସା ବଢିଛି । ଚଳିତ ମାସର ପ୍ରଥମ ସପ୍ତାହରୁ ତୈଳଦର ଯେପରି ବଢିଚାଲିଛି ଶତକ ଛୁଇଁବା ଆଉ ବେସି ଦୂର ନୁହେଁ । ଓଡିଶାରେ ପେଟ୍ରୋଲ ଦର ୯୪ ଟଙ୍କା ପାର ହେଲାଣି ।
ମାଲକାନଗିରିରେ ୯୪ ଟଙ୍କା ପାର କରିଛି ପେଟ୍ରୋଲ ଦର । ସେଠାରେ ବର୍ତମାନ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୦୮ ପଇସା ଥିବା ବେଳେ ଡିଜେଳ୍ ୯୦ ଟଙ୍କା ୬୬ ପଇସାକୁ ବୃଦ୍ଧି ପାଇଛି । ନବରଙ୍ଗପୁରରେ ପେଟ୍ରୋଲ ୯୩ ଟଙ୍କା ୫୧ ପଇସା ଓ ଡିଜେଲ ୯୦ ଟଙ୍କା ୧୦ ପଇସା ରହିଛି । ଜୟପୁରରେ ପେଟ୍ରୋଲ ଲିଟରକୁ ୯୩ ଟଙ୍କ ୨୮ ପଇସା ଓ ଡିଜେଲ ୮୯ ଟଙ୍କା ୮୮ ପଇସାରେ ଆଜି ବିକ୍ରି ହେଉଛି । ସେହିପରି ଭୁବନେଶ୍ୱର ପେଟ୍ରୋଲ ଲିଟର ପିଛା ୮୯ ଟଙ୍କା ୪୨ ପଇସା ଏବଂ ଡିଜେଲ୍ ୮୬ ଟଙ୍କା ୧୩ ପଇସା ରହିଛି । ଏପଟେ କଟକରେ ଲିଟର ପିଛା ପେଟ୍ରୋଲ ଦର ୮୯ ଟଙ୍କା ୭୩ ପଇସା ଏବଂ ଡିଜେଲ୍ ୮୬ ଟଙ୍କା ୪୩ ପଇସା ରହିଛି । ବ୍ରହ୍ମପୁରରେ ୯୦ ଟଙ୍କା ୬୬ ପଇସା ଦରରେ ପେଟ୍ରୋଲ ବିକ୍ରି ହେଉଥିବା ଡିଜେଲ୍ ଲିଟରକୁ ୮୭ ଟଙ୍କା ୩୩ ପଇସା ଦେଇ କିଣୁଛନ୍ତି ଲୋକେ । ସୁନ୍ଦରଗଡରେ ପେେଟ୍ରୋଲ ୮୯ ଟଙ୍କା ୫୧ ପଇସା ଓ ଡିଜେଲ ୮୬ ଟଙ୍କା ୨୫ ପଇସା । ଦେଶର ରାଜଧାନୀ ଦିଲ୍ଲୀ ଓ ମୁମ୍ମାଇ ଠାରୁ ମଧ୍ୟ ଓଡିଶାରେ ଲିଟର ପିଛା ତେଲ ଦର ବଢିଯାଇଛି ।
ସେହିପରି ଅନ୍ୟ ରାଜ୍ୟ ଗୁଡିକରେ ମଧ୍ୟ ତୈଳ ଦର ବଢିଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୮ଟଙ୍କା ୭୩ ପଇସା ଥିବା ବେଳେ ଡିଜେଲ୍ ୭୯,୦୬ ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ୯୫.୨୧ ଏବଂ ଡିଜେଲ୍ ୮୬.୦୪ ଟଙ୍କା ରହିଛି । ଅନ୍ୟପଟେ କୋଲକାତାରେ ପେଟ୍ରୋଲ ୮୨,୬୫ ଓ ଡିଜେଲ୍ ୯୦.୦୧ ଟଙ୍କା ରହିଛି, ଚେନ୍ନାଇରେ ପେଟ୍ରୋଲ ୮୪.୧୬ ଓ ଡିଜେଲ ୯୦.୯୬ ଟଙ୍କା ରହିଛି । ରାଜସ୍ଥାନରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୯୯ଟଙ୍କା ଅତିକ୍ରମ କରିଥିଲା ବେଳେ ଡିଜେଲ୍ ମୁଲ୍ୟ ୯୧ ଟଙ୍କାରେ ପହଞ୍ଚିଛି ।

Comments (0)
Add Comment