ମାଲକାନଗିରି ତଳିଆ ଅଂଚଳ ଏବେ ବି ଜଳମଗ୍ନ


ମାଲକାନଗିରି- ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋବା ସହିତ ତଳିଆ ଅଂଚଳ ଜଳମଗ୍ନ ହୋଇଛି । କନ୍ୟାଶ୍ରମ ପୋଲ ଉପରେ ୪ ଫୁଟର ପାଣି ଚାଲୁଥିବାରୁ କାଲିମେଳା ପଡିଆକୁ ଯୋଗାଯୋଗ ବିଛନ୍ନ ହୋଇଥିଲା ବେଳେ ପୋଟେରୁ, କାଙ୍କରକୋଣ୍ଡା, ଏମଭି୯୦ ରାସ୍ତାରେ ମଧ୍ୟ ବର୍ଷା ଜଳ ଚାଲୁଛି । ଛତିଶଗଡର ଝପ୍ରା ପୋଲ ଉପରେ ୪ ଫୁଟ ଉଚ୍ଚର ଜଳ ପ୍ରବାହିତ ହୋଉଥିବା ଯୋଗୁଁ ଛତିଶଗଡକୁ ଯୋଗାଯୋଗ ବିଛନ୍ନ ହୋଇଛି । ଫଳରେ ସୀମାନ୍ତ ଅଂଚଳବାସୀ ଯାତାୟତ ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Comments (0)
Add Comment