ମାଲକାନଗିରି ପରିଦର୍ଶନ କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ


ମାଲକାନାଗିରି- ମାଲକାନାଗିରି ବନ୍ୟାଂଚଳ ପରିଦର୍ଶନ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି । ଏହାପରେ ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ମାଲକାନାଗିରି ଜିଲ୍ଳାପ୍ରଶାସନ ରିପୋର୍ଟ ଦେବେ ଦେବେ । ରିପୋର୍ଟ ମିଳିବାର ୪୮ ଘଂଟାରେ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଜିଲ୍ଲାର ୯୩୩ ଗାଁ ପ୍ରଭାବିତ ହୋଇଥିବା ବେଳେ ୩୨୧ଘର ଭାଙ୍ଗି ଯାଇଛି, ଓ ୧୯୭୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ରହିଛି ।

Comments (0)
Add Comment