ମାସ୍କ, ସାମାଜିକ ଦୂରତା ଯାଞ୍ଚ ହେବ କଡାକଡି

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିଲା ବେଳେ ଆସନ୍ତା ଠାରୁ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ ପୋଲିସ୍ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା କଡାକଡି ଯାଞ୍ଚ କରିବେ । ତେବେ ଅମାନିଆଙ୍କ ଠାରୁ ପୋଲିସ୍ ଜୋରିମାନା ଆଦାୟ କରିବେ ବୋଲି ଡିସିପି ଉମାଶଙ୍କର ଦାସ୍ କହିଛନ୍ତି ।
ସେ କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ପୋଲିସ୍ର ସ୍ୱତନ୍ତ୍ର ସ୍କାର୍ଟ ମାସ୍କ ପରିଧାନକୁ କଡାକଡି କରିବ । ସେହିପରି ହାଟ ବଜାର, ମଲ୍ ଓ ଜନଗହଳିପୂର୍ଣ୍ଣ ସ୍ଥାନ ଗୁଡିକରେ ସାମାଜିକ ଦୂରତା ରକ୍ଷାକୁ କଡାକଡି କରାଯିବ । ଉଲ୍ଲଘଂନ କାରିଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ମଧ୍ୟ ଆସନ୍ତାକାଲି ଠାରୁ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା କଡାକଡି ଯାଞ୍ଚ ହେବ । ଏଥିପାଇଁ ରାଜ୍ୟ ସରକାର ବିଏମ୍ସି କର୍ତୃପକ୍ଷଙ୍କୁ ଅତିରିକ୍ତ ପୋଲିସ୍ ସହାୟତା ଯୋଗାଇଦେଇଥିବା ଜଣାଯଇଛି । କଟକରେ ଗତ ୨୪ ଘଂଟା ମଧ୍ୟରେ କୋଭିଡ୍-୧୯ ଗାଇଡ୍ଲାଇନ୍ ଉଲ୍ଲଂଘନ ଅନୁଯାୟୀ ୨୧୩ ଜଣଙ୍କ ଠାରୁ ମାସ୍କ ନପିନ୍ଧିବା ପାଇଁ ଜୋରିମାନା ଆଦାୟ କରାଯାଇଛି । ସେହିପରି ୨୦୬ ଜଣ ସାମାଜିକ ଦୂରତା ନରଖିବା ବ୍ୟକ୍ତିଙ୍କ ଠାରୁ ମଧ୍ୟ ଜୋରିମାନା ଆଦାୟ କରାଯାଇଛି ବୋଲି କଟକ ଡିସିପି ଅଫିସ୍ରୁ ଟୁଇଟ୍ ଦ୍ୱାରା ସୂଚନା ଦିଆଯାଇଛି ।

Comments (0)
Add Comment