ମୁଖ୍ୟ ସଚିବଙ୍କୁ ନ ଛାଡିବାକୁ ଚିଠି ଲେଖିôଲେ ମମତା

କୋଲକାତା: କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାର ମୁଖ୍ୟ ସଚିବଙ୍କୁ ନେଇ ଏବେ ମୁହାଁ ମୁହିଁ ହୋଇଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରାଣାଳୟର ଆଦେଶ ଅନୁଯାୟୀ ନୂଆଦିଲ୍ଲୀସ୍ଥିତ କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍‌ସନ୍ ମନ୍ତ୍ରାଳୟରେ ଉପସ୍ଥିତ ନହେବା କାରଣରୁ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ କେନ୍ଦ୍ର ସରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରୁଥିବା ନେଇ ବିଶେଷସୂତ୍ରରୁ ଜଣାପଡିଥି ଲା ବେଳେ ତାଙ୍କୁ କେନ୍ଦ୍ର ସରକାରଙ୍କ ଅଧିନକୁ ଛାଡିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖି ଅନୁରୋଧ କରିଛନ୍ତି ।
ବାତ୍ୟା ‘ୟାସ୍‌’ କ୍ଷୟକ୍ଷତି ନେଇ ଗତ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀ ଅଧଘଂଟା ବିଳମ୍ବରେ ପହଞ୍ଚି ୧୫ ମିନିଟ୍ ପରେ ଉଠିଚାଲି ଯିବା ପରେ ମୁଖ୍ୟସଚିବ ଚାଲିଯାଇଥିଲେ । ସେହି ରାତିରେ କେନ୍ଦ୍ର ସରକାର ବନ୍ଦୋପାଧ୍ୟାୟଙ୍କୁ କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍‌ସନ୍ ମନ୍ତ୍ରାଳୟକୁ ବଦଳି କରି ୩୧ତାରିଖ ପୂର୍ବାହ୍ନ ୧୦ଟା ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ମାତ୍ର ମହାମାରୀ କରୋନା ଓ ସଂକ୍ରମଣ ବୃଦ୍ଧି ଏବଂ ସାମୁଦ୍ରିକ ବାତ୍ୟା ୟାସ୍‌’ ତାଣ୍ଡବ ଯୋଗୁଁ ସମୟରେ ମୁଖ୍ୟ ଶାସନ ସଚିବଙ୍କୁ ବଦଳି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିନେବା ପାଇଁ ମୁଖ୍ୟମନ୍ତ୍ରୀ ଶୁଶ୍ରୀ ବାନାର୍ଜୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ପତ୍ର ଲେଖି ଜଣାଇଛନ୍ତି । ଏହି ଦୃଷ୍ଟିରେ ସେ ତାଙ୍କୁ ଛାଡିବେ ନାହିଁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ରାଜ୍ୟ ସରକାରଙ୍କ ବିନା ପରାମର୍ଶରେ ମୁଖ୍ୟ ସଚିବ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ର ସରକାରଙ୍କ କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍‌ସନ୍ ମନ୍ତ୍ରାଳୟରେ ଉପସ୍ଥିତ ହେବାକୁ ଦିଆଯାଇଥିବା ଏକତରଫା ଆଦେଶ ଯୋଗୁଁ ସେ ମର୍ମାହତ ଓ ଚକିତ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି ।
୫ ପୃଷ୍ଠା ସମ୍ବଳିତ ପତ୍ରରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଲେଖିଛନ୍ତି, ପଶ୍ଚିମବଙ୍ଗ ସରକାରଙ୍କ ସହ ପୂର୍ବରୁ ଆଲୋଚନା ନକରି, ଅଧିକାରୀଙ୍କୁ କୌଣସି ବିକଳ୍ପ ଦିଆ ନଯାଇ, ୧୯୫୪ ଭାରତ ପ୍ରଶାସନିକ ସେବା ନିୟମର ସର୍ତାବଳି ଓ ଅନ୍ୟାନ୍ୟ ଆଇନ୍ ତର୍ଜମା ନ କରି ଏକତରଫା ଆଦେଶ ଦିଆଯାଇଛି । ଏହି ଏକତରଫା ଆଦେଶ ଅଯୌକ୍ତିକ, ଐତିହାସିକଭାବେ ଅଭୂତପୂର୍ବ ଏବଂ ସମ୍ପୂର୍ଣ୍ଣ ଅଣସାମ୍ବିଧାନିକ ।
ସେ ଆହୁରି ମଧ୍ୟ ଲେଖିଛନ୍ତି, ନିୟମ ଅନୁସାରେ ବିଚାର ଆଲୋଚନା କରିବା ପରେ ବୁଝାମଣାକୁ ଭିତ୍‌ିକରି ତାଙ୍କୁ ନିଯୁକ୍ତିକୁ ପରିବଦ୍ଧିତ କରାଯାଇଥିଲା ଏବଂ ତାହା ଏବେ ମଧ୍ୟ କାଏମ ଥିବାରୁ ଏଭଳି ଘଡିସନ୍ଧି ମୂହୁର୍ତରେ ପଶ୍ଚିମବଙ୍ଗ ସରକାର ତାଙ୍କର ମୁଖ୍ୟ ଶାସନ ସଚିବଙ୍କୁ ଛାଡି ପାରିବ ନାହିଁ, କି, ଛାଡୁନାହିଁ । ସୂଚନା ଯୋଗ୍ୟ, ସୋମବାର ଦିନ ବନ୍ଦୋପାଧ୍ୟାୟ ଅବସର ଗ୍ରହଣ କରିଥାଆନ୍ତେ । କିନ୍ତୁ, ୧୯୮୭ ବ୍ୟାଚ୍‌ର ଏହି ପଶ୍ଚିମବଙ୍ଗ କ୍ୟାଡ୍‌ରର୍ ଆଇଏଏସ୍ ଅଫିସରଙ୍କର ଗତବର୍ଷ ବାତ୍ୟା ‘ଅମ୍ପନ୍‌’ ଏବଂ ସାମ୍ପ୍ରତିକ ମହାମାରୀ ପରିଚାଳନା ଅଭିଜ୍ଞତା ଥିବାରୁ ତାଙ୍କୁ ଆଉ ତିନି ମାସ ଚାକିରିରେ ରଖାଯାଉ ବୋଲି ମୁଖ୍ୟମନ୍ତ୍ରୀ ବାନାର୍ଜୀ କେନ୍ଦ୍ରକୁ ଅନୁରୋଧ କରିଥିଲେ । କେନ୍ଦ୍ର ମଧ୍ୟ ତାଙ୍କ ଅନୁରୋଧ ରକ୍ଷା କରି ଅନୁମତି ପ୍ରଦାନ କରିଥିଲେ ।
ଏହାଛଡା, ବନ୍ଦୋପାଧ୍ୟାୟ କେବ ମଧ୍ୟ କେନ୍ଦ୍ର ସରକାରରେ ଚାକିରି କରି ନାହାନ୍ତି କିମ୍ବା ସରକାରଙ୍କର ବରିଷ୍ଠ ପଦବୀ ନିମନ୍ତେ ତାଲିକାଭୁକ୍ତ ହୋଇ ନାହାନ୍ତି ।

Comments (0)
Add Comment