ୱାଶିଂଟନ,୨୦.୬ (ଏଜେନ୍ସି): ମୁମ୍ବାଇ ୨୬/୧୧ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତଥା ପାକିସ୍ତାନୀ ଆତଙ୍କବାଦୀ ତହୱୁର ହୁସେନ ରାଣା ଆମେରିକାରେ ଗିରଫ ହୋଇଛି । ଆମେରିକା ପୁଲିସ ଲସଆଞ୍ଜେଲ୍ସରୁ ତହୱୁରକୁ ଗିରଫ କରିଛି । ସେ ଦୁଇ ଦିନ ତଳେ ଆମେରିକାର ଏକ ଜେଲରୁ ମୁକୁଳିଥିଲା । କିନ୍ତୁ ତହୱୁରକୁ ପ୍ରତ୍ୟର୍ପଣ କରିବାକୁ ଭାରତ ଦାବି କରିଆସୁଥିବାରୁ ପୁଲିସ ତାକୁ ପୁଣି ଥରେ ଗିରଫ କରିଛି । ତହୱୁର ହୁସେନ ପାକିସ୍ତାନର ଆମେରିକୀୟ ଆତଙ୍କବାଦୀ ଡେଭିଡ ହେଡଲିର ସହଯୋଗୀ । ସେ ୨୬/୧୧ ଆକ୍ରମଣର ଷଡଯନ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନେଇଥିଲା । ସୁଚନା ଅନୁସାରେ ତହୱୁର ଆମେରିକାର ଏକ କୋର୍ଟରେ ପଟିସିନ ଦାଖଲ କରି ସେକରୋନାରେ ଆକ୍ରାନ୍ତ ଥିବା ଦର୍ଶାଇଥିଲା । ଏହାପରେ ତାକୁ ଜେଲରୁ ମୁକୁଳାଇ ଦିଆଯାଇଥିଲା । ଏହାପରେ ଆମେରୀକିୟ ତଦନ୍ତକାରୀ ସଂସ୍ଥା ଭାରତ ପକ୍ଷରୁ ତହୱୁର ବିରୋଧରେ ରହିଥିବା ଅଭିଯୋଗ ଅଧାରରେ ତା’କୁ ଗିରଫ କରିଛି । ତହୱୁର ୨୦୧୧ ଜୁନ ୧୦ରେ ଦୋଷି ସାବ୍ୟସ୍ତ କରାଯାଇଥିଲା । ଡେନମାର୍କର ଏକ ଖବର କାଗଜ ଉପରେ ଆକ୍ରମଣ ଉପରେ ଅକ୍ରମଣ ପାଇଁ ଷଡଯନ୍ତ୍ର କରିବା ପାଇଁ ଏବଂ ଲଶ୍କର-ଏ-ତଇବାକୁ ସହାୟତା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାିଥିଲା । ବିଗତ ୧୦ ବର୍ଷ ହେଲା ତଅକୁ ଆମେରିକାର ଜେଲରେ ରଖାଯାଇଥିଲା । ସୁଚନାଯୋଗ୍ୟ, ମୁମ୍ବାଇ ଆକ୍ରମଣ ଘଟଣାରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା, ଯେଉଁଥିରେ ଅନେକ ବିଦେଶୀ ନାଗରୀକ ବି ସାମିଲ ଥିଲେ । ଲଶ୍କର ଆତଙ୍କବାଦୀ ସଂଗଠନର ୧୦ ଆତଙ୍କବାଦୀ ଏହି ଆକ୍ରମଣ କରିଥିଲେ ।